Latest Odisha News

BREAKING NEWS

ସୁରକ୍ଷା ବାହିନୀକୁ ବଡ଼ ସଫଳତା:୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ଜିଲ୍ଲାର ଛତରୁ ଜଙ୍ଗଲ ଅଞ୍ଚଳରେ ଚାଲିଛି। ଜଣେ ଉଚ୍ଚ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଅପରେସନରେ ଏପର୍ଯ୍ୟନ୍ତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଞ୍ଚଳରେ ଅପରେସନ୍ ଏବେ ବି ଜାରି ରହିଛି।

କିସ୍ତୱାର ଜିଲ୍ଲାର ଛତରୁ ଜଙ୍ଗଲରେ ସନ୍ଦିଗ୍ଧ କାର୍ଯ୍ୟକଳାପ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯିବା ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁ ସ୍ଥାନରେ ଆତଙ୍କୀଙ୍କୁ ନିପାତ କରାଯାଇଛି ସେଠାରୁ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକେ-୪୭, ଏମ-୪ ରାଇଫଲ ଆଦି ରହିଛି।

ସୂଚନା ଅନୁଯାୟୀ, କିସ୍ତୱାର ଅଞ୍ଚଳରେ ଏହା ସୁରକ୍ଷା ବାହିନୀର ଏକ ବଡ଼ ଅପରେସନ। ଏପ୍ରିଲ ୧୦ ତାରିଖରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ସହିତ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟର ସମୟରେ ଜଣେ ଆତଙ୍କବାଦୀ ଗୁଳିବିଦ୍ଧ ହୋଇଥିଲା। ପରଦିନ ୧୧ ଏପ୍ରିଲ ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ଏହି ସମୟରେ, ଏପ୍ରିଲ ୧୧ ତାରିଖ ଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଆଉ ଏକ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅପରେସନରେ ଭାରତୀୟ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସର SOG ସାମିଲ ଥିଲେ। ଏପର୍ଯ୍ୟନ୍ତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଅପରେସନ୍ ଏବେ ବି ଜାରି ରହିଛି।

Comments are closed.