Latest Odisha News

BREAKING NEWS

ରାମ ମନ୍ଦିର ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ କେତେକ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ନେଇ ଯୋଜନା କରୁଛନ୍ତି ବୋଲି ଭାରତର ଗୋଇନ୍ଦା ବିଭାଗ ଆଲର୍ଟ କରିଛି । ଅଯୋଧ୍ୟା ରାମ ମନ୍ଦିରକୁ ସେମାନେ ଟାର୍ଗେଟ କରିବାକୁ ଚାହୁଁଛନ୍ତି ବୋଲି ଇଂଟେଲିଜେନ୍ସି ଏଜେନ୍ସି ସୂଚନା ଦେଇଛି । ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି । ନେପାଳ ରାସ୍ତା ଦେଇ ଆତଙ୍କବାଦୀମାନଙ୍କୁ ଭାରତ ପଠାଇବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି । ନିକଟରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ଯାଇଥିବା ନେଇ କୁହା ଯାଇଥିଲା । କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ଏଜେନ୍ସି ସୂଚନା ପରେ ଏହାକୁ ଆହୁରି କଡାକଡି କରାଯାଇଛି ।

ଆତଙ୍କବାଦୀମାନେ ଦିଲ୍ଲୀଠାରୁ ଆରମ୍ଭ କରି ପଂଜାବ ପର୍ଯ୍ୟନ୍ତ ଦେଶର ଅନେକ ବଡ ସହରରେ ମଧ୍ୟ ଆକ୍ରମଣ କରିବା ପାଇଁ ଦାଉଦ ଇବ୍ରାହିମର ସହଯୋଗ ମଧ୍ୟ ନେଇଛନ୍ତି । ପାକିସ୍ତାନ ଆଇଏସଆଇ ସ୍ଲିପର ସେଲ ଓ ଅବୈଧ ଭାବେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଆକ୍ରମଣରେ ନିୟୋଜିତ କରାଯାଇଛି । ଯଦି କୌଣସି କାରଣ ବଶତଃ ଜାନୁୟାରୀ ୨୬ରେ ସେମାନେ ସଫଳ ନ ହେବେ ତାହାହେଲେ ଜି୨୦ ସମ୍ମିଳନୀକୁ ଟାର୍ଗେଟ କରିବେ ।

Leave A Reply

Your email address will not be published.