Latest Odisha News

BREAKING NEWS

ମହିଳାଙ୍କ ଉଚ୍ଚଶିକ୍ଷାକୁ ପୁଣି ତାଲିବାନର ବିରୋଧ: କହିଲେ,ମହିଳାଙ୍କ ଅଧିକାରକୁ ପ୍ରାଥମିକତା ଦିଆଯାଇ ପାରିବ ନାହିଁ

କାବୁଲ: ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ ଏକ ବୟାନରେ କହିଛନ୍ତି, ମହିଳାଙ୍କ ଉପରେ ଥିବା ପ୍ରତିବନ୍ଧକ ହଟାଇବାକୁ ପ୍ରାଥମିକତା ଦିଆଯିବ ନାହିଁ । ଶନିବାର ତାଲିବାନ ସରକାର କହିଛନ୍ତି, ଇସଲାମିକ ଆଇନକୁ ବିରୋଧ କରୁଥିବା କୌଣସି କାମକୁ ଅନୁମତି ଦିଆଯିବ ନାହିଁ । ମହିଳାଙ୍କୁ ଅଧିକାର ତାଲିବାନଙ୍କ ଦ୍ୱାରା ପ୍ରସ୍ତୁତ ନିୟମ ଅନୁସାରେ ହିଁ ଦିଆଯିବ  ।

ତାଲିବାନ ସରକାର ମହିଳାଙ୍କ ଉଚ୍ଚଶିକ୍ଷା ଏବଂ ବେସରକାରୀ ସଂଗଠନରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମରୁ ଜଣାଯାଇଛି, ଇସଲାମିକ ଏମିରତ ସମସ୍ତ ସମସ୍ୟାର ସମାଧାନ ଶିରିଆ ଆଇନ ଅନୁସାରେ କରିବାକୁ ଚେଷ୍ଟା କରୁଛି । କ୍ଷମତାସୀନ ସରକାର ଦେଶରେ ଶିରିଆ ଆଇନ ବିରୋଧରେ କାମ କରିବାକୁ ଅନୁମତି ଦେଇ ପାରିବ ନାହିଁ । ତାଲିବାନମାନେ  ଅଣ ବେସରକାରୀ ସଂଗଠନରେ ମହିଳାଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହକୁ ଆଫଗାନିସ୍ତାନ ଛାତ୍ର ଏବଂ ମିହଳାମାନେ ବିରୋଧ କରିଛନ୍ତି ।

ଏପରିକି ଆମେରିକା ଏବଂ ୟୁନାଇଟେଡ କିଙ୍ଗଡମ, ଜର୍ମାନୀ, ୟୁରୋପୀୟ ସଂଘ  ପରି ଅନେକ ଅନ୍ତରାଷ୍ଟ୍ରୀୟ ଦେଶ ତାଲିବାନ ଶାସନର ଏପରି ନିୟମକୁ କଡା ନିନ୍ଦା କରିଛନ୍ତି । ଏପରି ନିୟମକୁ ପ୍ରତ୍ୟାହାର କରିବା ପାଇଁ ସମସ୍ତେ ଚାପ ପକାଇଥିଲେ । ବିଶେଷକରି ମହିଳାଙ୍କ ଉଚ୍ଚଶିକ୍ଷା  ଏବଂ ବେସରକାରୀ ସଂଗଠନରେ କାମ କରିବା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇବା ପାଇଁ ଦାବି କରିଛନ୍ତି । ଅଗଷ୍ଟରେ ଜାରି ଏକ ରିପୋର୍ଟ ଅନୁସାରେ, ଆଫଗାନସ୍ତାନରେ ଝିଅମାନଙ୍କୁ ମାଧ୍ୟମିକ ଶିକ୍ଷରୁ ବଞ୍ଚିତ କରାଯାଉଛି । ଗତ ୧୨ ମାସ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା  ଅତିକମରେ ୫୦୦ ମିଲିଅର ଡଲାର ହ୍ରାସ ପାଇଛି ।

ଯାହା ବି ହେଉ, ୧୧ଟି ଦେଶ ତାଲିବାନଙ୍କୁ ମହିଳାଙ୍କ ଉପରେ ଥିବା କଟକଣାକୁ ହଟାଇବା ପାଇଁ ଦାବି କରିଥିଲେ ହେଁ ତାଲିବାନ ଶାସକ ଏହାକୁ ଅଗ୍ରାହ୍ୟ କରି ନିଜର କଠୋର ନୀତିକୁ ବଦଳାଇବେ ନାହିଁ ବୋଲି କହିଛନ୍ତି  । ଅନ୍ୟପକ୍ଷେ ଇସଲାମିକ ସହଯୋଗ ସଂଗଠନ (OIC) ତାଲିବାନର ଏପରି ଦାବିକୁ ଖଣ୍ଡନ କରଛି ।  ସଂଗଠନ ପକ୍ଷରୁ କୁହାଯାଇଛି, ମହିଳା ଏବଂ ଯୁବତୀଙ୍କ ଉପରେ ଏପରି କଟକଣା  ଇସଲାମ ସିରିଆ କାନୁନ ଅନ୍ତର୍ଭୁକ୍ତ ନୁହେଁ ବୋଲି କହିଛି  । ଉଚ୍ଚଶିକ୍ଷା ଲାଭ କରିବା, ନିଜ ଇଚ୍ଛାରେ କାମ କରିବା ଏବଂ ସ୍ୱାଧୀନତାର ସହ ବୁଲିବା ମହିଳାଙ୍କ ଅଧିକାର ବୋଲି କହିଛନ୍ତି ।

 

Leave A Reply

Your email address will not be published.