Latest Odisha News

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପୁଣି ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଆଜି ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କେହି ଆହତ କିମ୍ବା ମୃତାହତ ହୋଇନଥିବା ଜଣାପଡିଛି ।

ବର୍ତ୍ତମାନ ଯାଏ ଗୁଳିବିନିମୟ ଜାରି ରହିଛି। ସେନା ପକ୍ଷରୁ ଏହି ଅଞ୍ଚଳକୁ ଖାଲି କରି ସର୍ଚ୍ଚ ଅପରେସନ ଜାରି ରହିଛି। ସେହି ଅଞ୍ଚଳରେ କେତେ ଆତଙ୍କବାଦୀ ଲୁଚି ରହିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରାଜୌରୀ ଓ ପୁଞ୍ଚ ସେକ୍ଟରରେ ଗତ ୭ ମାସ ମଧ୍ୟରେ ଏଠାରେ ଅଫିସର ଓ କମାଣ୍ଡୋଙ୍କ ସମେତ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଏହି ସବୁ ଅଞ୍ଚଳରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩୫ରୁ ଅଧିକ ଯବାନ ସହିଦ ହୋଇ ଛନ୍ତି।

Comments are closed.