Latest Odisha News

BREAKING NEWS

ନୂଆ ବର୍ଷରେ ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ନୂଆ ବର୍ଷରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା। ବର୍ଷର ପ୍ରଥମ ଦିନରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ସାରା ବିଶ୍ୱରେ ଏଲୋନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ବଡ ହ୍ରାସ ଘଟିଛି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବର୍ଷର ପ୍ରଥମ ଦିନରେ ଏଲୋନ୍ ମସ୍କଙ୍କ ସମ୍ପତ୍ତି ୩.୧୯ ବିଲିୟନ ଡ଼ଲାରରେ ହ୍ରାସ ପାଇଛି। ଏଲୋନ୍ ମସ୍କଙ୍କ ପରେ ଫେସବୁକର ମାର୍କ ଜୁକରବର୍ଗ ଏବଂ ଆମାଜନର ଜେଫ୍ ବେଜୋସଙ୍କ ସମ୍ପତ୍ତି ମଧ୍ୟ ଯଥାକ୍ରମେ ୨.୯୧ ବିଲିୟନ ଡ଼ଲାର ଏବଂ ୧.୯୩ ବିଲିୟନ ଡ଼ଲାର ହ୍ରାସ ପାଇଛି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଟେସଲା ସିଇଓ ଏଲୋନ୍ ମସ୍କର ମୂଲ୍ୟ ୨୭୦ ବିଲିୟନ ଡ଼ଲାର୍। ଏଥି ସହିତ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୧୨୫ ବିଲିୟନ ଡଲାର ଏବଂ ଜେଫ ବେଜୋସଙ୍କ ସମ୍ପତ୍ତି ୧୯୨ ବିଲିୟନ ଡଲାର। ର଼୍ୟାଙ୍କିଙ୍ଗରେ ଏଲୋନ୍ ମସ୍କ ପ୍ରଥମ ଏବଂ ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଭାରତର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ନିଟ୍ ମୂଲ୍ୟ ୨୮୫ ମିଲିୟନ ଡ଼ଲାରରୁ ୯୦.୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ସେ ଧନୀ ବିଲିୟନେୟାର ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି।

Comments are closed.