Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ହାତୀ ନ୍ୟୁ ଇୟର

ନୂଆ ବର୍ଷରେ ବି ଯେତେ ସବୁ ସେଇ ପୁରୁଣା କଥା,
ହାପି ନ୍ୟୁ ଇୟର ପଢିପଢି ଆଉ ଶୁଣି ଶୁଣି ମୋର ଘୂରିଲା ମଥା!

ସେଇ ପୁରୁଣା ଘରଣୀ ମୋର ପକେଟ ଝାଡି;
ଖୁଆଇଲା ଖାଦ୍ୟ ଯତନରେ ମୋତେ ହୋଟେଲେ ବାଢି!

ସେଇ ପୁରୁଣା ପ୍ରେମିକା ଗିପ୍ଫ ନେବେ ବୋଲି;
ମେସେଜେ ଇମୋଜି ପଠାଇ କହନ୍ତି କିସ୍ ଦେଲି!

ସେଇ ସାଙ୍ଗମାନେ କହନ୍ତି ଆଣିଛୁ ନୂଆ ମଦ;
ପିଇଲେ ଲାଗଇ ସେଇ ନିଶା ମୁଖୁ ନିର୍ଗତ ହୁଏ ସେଇ ଶବ୍ଦ!

ତେଣୁ ନଜଣେଇ ସମାନ ଢଙ୍ଗରେ ମୁଁ ହାପି ନ୍ୟୁ ଇୟର;
ଜଣାଏ ଏଥର ନୂଆ ଢଙ୍ଗରେ ହାତୀ ନ୍ୟୁ ଇୟର!

ଏ ବର୍ଷ ହାତୀ ପରି ଆପଣଙ୍କ ସମ୍ମାନ ଓ ଓଜନ ବଢୁ;
ଲକ୍ଷ୍ମୀଦେବୀ କୃପାକରି ଆପଣଙ୍କ ପିଠିରେ ଚଢୁ!

ହାତୀ ପରି ଆପଣଙ୍କର ଦାନ୍ତ ବାହାରି ଥିଲେ ଥାଉ;
ସଭିଏଁ ଚାହାନ୍ତୁ ଆପଣ ଓ ଆପଣଙ୍କ ଦାନ୍ତ ତାଙ୍କୁ ମିଳିଯାଉ!

ହାତୀ ପରି ଆଇଁଷ ଛାଡି ସବୁଜ ପତ୍ର କରନ୍ତୁ ଚଳୁ;
ଜଙ୍ଗଲିଆ ଫାର୍ମ ହାଉସ ଗୋଟେ ରହିବାକୁ ମିଳୁ!

ହାତୀପରି ଏକା ନୁହେଁ ଆପଣ କାଟନ୍ତୁ ଦଳଗତ ଜୀବନ;
ସରକାର ଚେଷ୍ଟିତ ହୁଅନ୍ତୁ ରଖିବାକୁ ଆପଣଙ୍କ ଜୀବନ!

ହାତୀପରି ମଣିଷଙ୍କ ସଂଖ୍ୟା ଏବେ କମୁଅଛି;
ଏ ବର୍ଷ ଆପଣ ମଣିଷ ହୋଇ ଯାଆନ୍ତୁ କାମନା କରୁଅଛି!

Leave A Reply

Your email address will not be published.