ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ସନ୍ଦିଗ୍ଧଙ୍କ କିପରି ଅଧିକରୁ ଅଧିକ ନନୂମା ପରୀକ୍ଷା କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଷ୍ଟିଂ ଲ୍ୟାବ ଖୋଲାଯିବାକୁ ଚେଷ୍ଟା ଚାଲିଛି । ଏନେଇ ଆଜି ବସିଥିବା କ୍ଷମତା ସମ୍ପର୍ଣ୍ଣ ଉଚ୍ଚ ମନ୍ତ୍ରୀ ସ୍ତରୀୟ ବୈଠକ ଶେଷ ହେବା ପରେ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ସେ କହିଛନ୍ତି, ଆଜିଥ୍ରୋମାଇସିନ ଓ ରାପିଡ ଟେଷ୍ଟ ପାଇଁ ଟେଷ୍ଟିଂ କିଟ କିଣିବାକୁ କମିଟି ସୁପାରିଶ କରିଛି । ଟେଷ୍ଟିଂ ଲ୍ୟାବ୍ ପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ଟ୍ରେନିଂ ଓ କାପାସିଟି ବିଲ୍ଡିଂକୁ ଗୁରୁତ୍ୱ ଦେବା ସହ କୋଭିଡ-୧୯କୁ କିଭଳି ମୁକାବିଲା କରିହେବ, ତାହାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟସରକାର । ଏହା ସହ ଅଧିକ ମ୍ୟାନ ପାୱାର ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ।
ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ ଅଧିକ ମ୍ୟାନ ପାୱାର କିପରି ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀଙ୍କ ସୂଚନା । ଅଙ୍ଗନବାଡି ଅଶା କର୍ମୀ, ଏଏନଏମ ଓ ଡାକ୍ତର ମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ଦିଆଯାଇ ସାରିଥିବା ବେଳେ ଆଗକୁ ଆଉ ଅଧିକ ତାଲିମ ଦିଆଯିବା ଉପରେ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- National Para Athletics Championship:କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍ଘାଟିତ; ଯୋଗଦେଲେ ୧୪୬୦ ପାରା କ୍ରୀଡ଼ାବିତ୍
- ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ
- ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
- ଧୋନୀଙ୍କ ଖାସ କ୍ଲବରେ ଏଂଟ୍ରି ମାରିବେ ସଞ୍ଜୁ ସାମସନ, କୋହଲି ରଚିବେ ଇତିହାସ
- SCB Hospital Fire:SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ;୪ ଅଧିକାରୀ ନିଲମ୍ବିତ
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
Comments are closed.