ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ସନ୍ଦିଗ୍ଧଙ୍କ କିପରି ଅଧିକରୁ ଅଧିକ ନନୂମା ପରୀକ୍ଷା କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଷ୍ଟିଂ ଲ୍ୟାବ ଖୋଲାଯିବାକୁ ଚେଷ୍ଟା ଚାଲିଛି । ଏନେଇ ଆଜି ବସିଥିବା କ୍ଷମତା ସମ୍ପର୍ଣ୍ଣ ଉଚ୍ଚ ମନ୍ତ୍ରୀ ସ୍ତରୀୟ ବୈଠକ ଶେଷ ହେବା ପରେ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ସେ କହିଛନ୍ତି, ଆଜିଥ୍ରୋମାଇସିନ ଓ ରାପିଡ ଟେଷ୍ଟ ପାଇଁ ଟେଷ୍ଟିଂ କିଟ କିଣିବାକୁ କମିଟି ସୁପାରିଶ କରିଛି । ଟେଷ୍ଟିଂ ଲ୍ୟାବ୍ ପାଇଁ ଅଧିକ ଅସ୍ଥାୟୀ କର୍ମଚାରୀ ନିୟୋଜିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। ଟ୍ରେନିଂ ଓ କାପାସିଟି ବିଲ୍ଡିଂକୁ ଗୁରୁତ୍ୱ ଦେବା ସହ କୋଭିଡ-୧୯କୁ କିଭଳି ମୁକାବିଲା କରିହେବ, ତାହାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟସରକାର । ଏହା ସହ ଅଧିକ ମ୍ୟାନ ପାୱାର ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି ।
ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ ଅଧିକ ମ୍ୟାନ ପାୱାର କିପରି ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀଙ୍କ ସୂଚନା । ଅଙ୍ଗନବାଡି ଅଶା କର୍ମୀ, ଏଏନଏମ ଓ ଡାକ୍ତର ମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ଦିଆଯାଇ ସାରିଥିବା ବେଳେ ଆଗକୁ ଆଉ ଅଧିକ ତାଲିମ ଦିଆଯିବା ଉପରେ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
- ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ
- ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର
- ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ
- ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି
- ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ ସେନା, ହେଲେ ଲାଇକ ଓ କମେଣ୍ଟ କଟକଣା…
Comments are closed.