Latest Odisha News

BREAKING NEWS

କରୋନା ଟେଷ୍ଟ ପାଇଁ ୪୦ ଲକ୍ଷ ଦେଲେ ବ୍ୟକ୍ତି!

ଟେକ୍ସାସ୍‌: ଟେକ୍ସାସ୍‌ର ଜଣେ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ ପାଇଁ ଦେବାକୁ ପଡ଼ିଲା ୪୦ ଲକ୍ଷରୁ ଅଧିକ ଟଙ୍କା। କୋଭିଡ୍‌-୧୯ ପରୀକ୍ଷା କରିବା ପାଇଁ ଆସିଥିବା ଜଣେ ବ୍ୟକ୍ତି ବିଲ୍‌ ଦେଖିବା ପରେ ତାଙ୍କ ହୋସ୍‌ ଉଡିଯାଇଥିଲା। କୋଭିଡ୍-୧୯ ପରୀକ୍ଷା ଫଳ ପାଇଁ ନୁହେଁ ବରଂ ଟେଷ୍ଟର ବିଲ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ତାଙ୍କ କୋଭିଡ୍‌ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା।

ରିପୋର୍ଟ ଅନୁଯାୟୀ ଯେ ଟ୍ରାଭିସ୍ ୱାର୍ନର ନାମକ ବ୍ୟକ୍ତି ଜଣକୁ ପିସିଆର୍‌ ପରୀକ୍ଷା ପାଇଁ ୫୪ ହଜାର ଡଲାର (୪୦ ଲକ୍ଷରୁ ଅଧିକ) ଏବଂ ବାକି ଆଣ୍ଟିଜେନ୍ ପରୀକ୍ଷା ଏବଂ ଅନ୍ୟାନ୍ୟ ଶୁଳ୍କ ପାଇଁ ୫୬,୩୮୪ ଡଲାର ଧାର୍ଯ୍ୟ କରାଯାଇଥିଲା।

ତେବେ ଆମେରିକାରେ ଏଭଳି ଘଟଣା ନୂଆ ନୁହେଁ। ମହାମାରୀ ମଧ୍ୟରେ, କୋଭିଡ-୧୯ ପରୀକ୍ଷଣ ପାଇଁ ଆଶ୍ଚର୍ଯ୍ୟଜନକ ଭାବରେ ଉଚ୍ଚ ମୂଲ୍ୟର ବିଲ୍‌ ‌ଆସିବା ଅନେକ ଘଟଣା ସାମ୍ନାକୁ ଆସିଛି।

ତେବେ ସାଧାରଣତଃ ଆମେରିକାରେ କୋଭିଡ୍‌ ପରୀକ୍ଷା ପାଇଁ ୮ରୁ ୧୫ ଡଲାର ମଧ୍ୟ ନିଆଯାଇଥାଏ।

Comments are closed.