Latest Odisha News

BREAKING NEWS

ଥାଇଲ୍ୟାଣ୍ଡର ‘ସ୍ଲିପିଙ୍ଗ ରାଜକୁମାରୀ’ଙ୍କ ଦେହାନ୍ତ, ଦୀର୍ଘ ୩ ବର୍ଷ…

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ରାଜକୁମାରୀ ବଜ୍ରକିଟିଆଭା ନରେନ୍ଦ୍ର ଦେବ୍ୟାବତୀଙ୍କ ୪୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ତିନି ବର୍ଷରୁ ଅଧିକ ସମୟ ଧରି କୋମାରେ ଥିଲେ। ଯାହା ଫଳରେ ତାଙ୍କୁ “ସ୍ଲିପିଙ୍ଗ ରାଜକୁମାରୀ” ବୋଲି କୁହାଯାଉଥିଲା।

ଡିସେମ୍ବର ୨୦୨୨ରେ, ସେ ତାଙ୍କ କୁକୁରମାନଙ୍କୁ ବୁଲାଇବା ସମୟରେ ପଡ଼ିଯାଇଥିଲେ। ଡାକ୍ତରମାନେ କହିଥିଲେ ଯେ ଅନିୟନ୍ତ୍ରିତ ହୃଦସ୍ପନ୍ଦନ ପାଇଁ ଏଭଳି ହୋଇଛି। ସେବେଠାରୁ ସେ କୋମାରେ ଥିଲେ।

ବଜ୍ରକିଟିଆଭାଙ୍କୁ ଥାଇଲ୍ୟାଣ୍ଡର ରାଜପରିବାରର ସବୁଠାରୁ ସଫଳ ଏବଂ ଜଣାଶୁଣା ସଦସ୍ୟ ଭାବରେ ଦେଖାଯାଉଥିଲା। ଉତ୍ତରାଧିକାର ଦୌଡ଼ରେ ଜଣେ ଆଗଧାଡ଼ିର ବ୍ୟକ୍ତିତ୍ଵ ଥିଲେ। ରାଜା ମହା ଭାଜିରାଲଙ୍ଗକର୍ଣ୍ଣଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ସେ ବଡ଼ ଥିଲେ। ସେ ଡିସେମ୍ବର ୭, ୧୯୭୮ରେ ରାଜାଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ସୋଆମସାୱାଲିଙ୍କ ଘରେ ଜନ୍ମଗ୍ରହଣ କରିଥିଲେ।

Comments are closed.