Latest Odisha News

BREAKING NEWS

ଭାରତୀୟଙ୍କୁ କିଏ ମାରୁଛି; ଆମେରିକା ନା ଇରାନ…

ନୂଆଦିଲ୍ଲୀ: ରବିବାର ଦିନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଚୁକ୍ତିନାମା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟରେ, ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଏପରିକି ସେ ହର୍ମୁଜ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣକୁ ନେଇ ଇରାନକୁ ଖୁବ୍ ସମାଲୋଚନା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହର୍ମୁଜରେ ଭାରତୀୟ ଜାହାଜ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରି କହିଛନ୍ତି ଇରାନ ଗତକାଲି ରାତିରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଭାରତୀୟ ଜାହାଜକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଉକ୍ତ ଡ୍ରୋନ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବରେ ବିଫଳ କରାଯାଇଛି।

ଟ୍ରମ୍ପ ଆକ୍ରମଣ ପାଇଁ ଇରାନକୁ ଦାୟୀ କରି କହିଛନ୍ତି ଯେ ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ଆଉ ବରଦାସ୍ତ କରାଯିବ ନାହିଁ। ଇରାନକୁ ତାର କାର୍ଯ୍ୟ ସଂଶୋଧନ କରିବାକୁ ପଡିବ। ଆହୁରି ମଧ୍ୟ ଇରାନ ଦ୍ୱାରା ଗଣମାଧ୍ୟମରେ ଲିକ୍ ହୋଇଥିବା ସର୍ତ୍ତାବଳୀକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି ଯେ ଇରାନ ଦ୍ୱାରା ପ୍ରକାଶିତ ସର୍ତ୍ତାବଳୀର ଲିଖିତ ଚୁକ୍ତିନାମା ସହିତ କୌଣସି ସମ୍ପର୍କ ନାହିଁ। ଚୁକ୍ତି ବିଷୟରେ ଇରାନ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ।

Comments are closed.