Latest Odisha News

BREAKING NEWS

MBBS student Chandrika death: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର:ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ OAS ଭୀମସେନ ଟୁଡୁଙ୍କୁ ଗିରଫ କଲା କମିଶନରେଟ ପୋଲିସ। କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି।

ସୂଚନାଥାଉକି,ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

ଚନ୍ଦ୍ରିକାଙ୍କ ସହ ଦୀର୍ଘ ଦିନର ପ୍ରେମ ସମ୍ପର୍କ ଭିତରେ ଦ୍ୱିତୀୟ ଯୁବତୀ ଆସିବା ପରେ ଓଏଏସ୍ ତାଲିମ ନେଉଥିବା ପୁରୁଷବନ୍ଧୁ ଭୀମସେନ ମାନସିକ ନିର୍ଯାତନା ଦେଇ ଚନ୍ଦ୍ରିକାଙ୍କୁ ଚାପରେ ରଖିବା ଆରମ୍ଭ କରିଥିଲେ । ଚନ୍ଦ୍ରିକା ଗୋରା ନ ଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିଲେ ପୁରୁଷବନ୍ଧୁ । ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକସନ ନେଉଥିଲେ । ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ପୋଲିସକୁ କହିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା। ଏହାରି ମଧ୍ୟରେ ଗୁରୁବାର ଆସିଥିଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡ଼ି ଅଣନିଶ୍ବାସ ହେବାରୁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।


 

Leave A Reply

Your email address will not be published.