Latest Odisha News

ଥାଇଲାଣ୍ଡ୍‌ରେ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ କଙ୍କାଳ ଠାବ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌‌ର ଅନୁସନ୍ଧାନକାରୀମାନେ ପ୍ରାୟ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ର କଙ୍କାଳ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ସଂପୂର୍ଣ୍ଣ ସୁରକ୍ଷିତ। ଏହି କଙ୍କାଳଟି ବ୍ୟାଙ୍କକ୍ ର ପଶ୍ଚିମ ସାମୁଟ୍ ସାଖୋନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସନ୍ଧାନକାରୀମାନେ ଖନନ ପରେ ପ୍ରାୟ ୮୦ ପ୍ରତିଶତ ଅବଶିଷ୍ଟାଂଶ ଉଦ୍ଧାର କରିଛନ୍ତି। କଙ୍କାଳର ଲମ୍ବ ୧୨ ମିଟର (୩୯ ଫୁଟ) ଏବଂ ଖପୁରୀଟି ୩ ମିଟର ଲମ୍ବ।

କଙ୍କାଳର ବୟସ ଜାଣିବା ପାଇଁ, କାର୍ବନ ୧୪ କୌଶଳ ବ୍ୟବହାର କରି ହ୍ୱ‌େଲ୍‌ ମାଛର ହାଡର ବୟସ ଯାଞ୍ଚ କରାଯିବ। ତଥାପି, ଏହା ୩୦୦୦ ରୁ ୫୦୦୦ ବର୍ଷ ପୁରୁଣା ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।

Comments are closed.