Latest Odisha News

BREAKING NEWS

ରାଜନୀତିରେ ଇନ୍ଦିରାଙ୍କର ସେହି ୪ କଳାଦିନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ରହିଯାଇଛି। ଆଜିଠାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଦେଶର ଚର୍ଚ୍ଚିତ ନିର୍ବାଚନ ତଥା ଦେଶର ଷଷ୍ଠ ଲୋକସଭା ନିର୍ବାଚନ ବିଷୟରେ ଜାଣିବାକୁ ପ୍ରୟାସ କରିବା। ଯେଉଁ ନିର୍ବାଚନ ୧୯୭୭ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ​​ଇନ୍ଦିରା ଗାନ୍ଧୀ ହାରି ଯାଇଥିଲେ। ଇନ୍ଦିରା ହଟାଅ, ଦେଶ ବଞ୍ଚାଅ ସ୍ଲୋଗାନ ସଫଳ ହୋଇଥିଲା। ଇନ୍ଦିରା ଗାନ୍ଧୀ ଏତେ ଶୋଚନୀୟ ଭାବେ ହାରିଥିଲେ ଯେ ସେ ତାଙ୍କ ରାୟବରେଲି ଆସନକୁ ମଧ୍ୟ ବଞ୍ଚାଇ ପାରିନଥିଲେ। ସେ ଏଠାରୁ ୫୫ ହଜାର ଭୋଟରେ ପରାସ୍ତ ହୋଇଥିଲେ। ୪୭ ବର୍ଷ ପୂର୍ବେ ଯେତେବେଳେ ୨୦ ମାର୍ଚ୍ଚ ୧୯୭୭ରେ ନିର୍ବାଚନ ଫଳାଫଳ ଆସିଥିଲା, ସେତେବେଳେ ଇନ୍ଦିରା ଗାନ୍ଧୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ।

ପରାଜୟ ବରଣ କରିବା ପରେ ଇନ୍ଦିରା ଗାନ୍ଧୀଙ୍କ ଦିଲ୍ଲ ସ୍ଥିତ ବାସଭବନରେ ନିରାଶାର ମାହୋଲ ସୃଷ୍ଟି ହୋଇଥିଲା। ସବୁଥର ଭଳି ପରାଜୟର ରାତିରେ ଇନ୍ଦିରା ଶୋଇବାକୁ ତାଙ୍କ ରୁମକୁ ଯାଆନ୍ତି। କିନ୍ତୁ ଦୀର୍ଘ ସମୟ ଧରି ତାଙ୍କ କବାଟ ଖୋଲି ନଥିଲେ। ସେ ପ୍ରାୟ ୪ ଦିନ ପର୍ଯ୍ୟନ୍ତ କାହା ସହ କଥା ହୋଇନଥିଲେ। ସେ ଚାପରେ ଥିଲେ। ନା କାହାକୁ ଭେଟିଲେ ନା କିଛି ଖାଇଲେ କିମ୍ବା ପିଇଲେ ନାହିଁ। ନିର୍ବାଚନ ପରାଜୟର ଯନ୍ତ୍ରଣା ତାଙ୍କୁ ଖୁବ ଯନ୍ତ୍ରଣା ଦେଇଥିଲା। ଏହି ପରାଜୟର ଯନ୍ତ୍ରଣା ସେ କାହା ଆଗରେ ମଧ୍ୟ ପ୍ରକାଶ କରି ପାରିନଥିଲେ। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉଭୟ ବୋହୂ ସୋନିଆ ଗାନ୍ଧୀ ଏବଂ ମନେକା ଗାନ୍ଧୀଙ୍କୁ ବନ୍ଧୁ ସୁମନ ଦୁବେଙ୍କ ଘରକୁ ପଠାଇ ଦେଇଥିଲେ। ସେ ସଞ୍ଜୟ ଗାନ୍ଧୀଙ୍କୁ ନେଇ ସେ ସମୟରେ ଚିନ୍ତିତ ଥିବା କୁହାଯାଏ।

ସଞ୍ଜୟ ଗାନ୍ଧୀଙ୍କ ନାଁରେ ମାଗିଥିଲେ ଗ୍ୟାରେଣ୍ଟିର ଭୋଟ
ଏକ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ରହିଥିବା ସାମ୍ବାଦିକ ନୀରଜା ଚୌଧୂରୀ ‘ହାଓ ପ୍ରାଇମ ମିନିଷ୍ଟର ଡିସାଇଡ’ ବହିରେ ଲେଖିଥିଲେ କି ୨୨ ମାର୍ଚରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଯେତେବେଳେ ସେ ଇସ୍ତଫା ପ୍ରଦାନ କରିଥିଲେ ସେତେବେଳେ ଦେଶର ରାଷ୍ଟ୍ରପତି ରହିଥଇଲେ ବିଡି ଜତ୍ତି। ଇନ୍ଦିରାଙ୍କ ଇସ୍ତଫା ଦେଉଥିବା ଦେଖି ରାଷ୍ଟ୍ରପତିଙ୍କ ପତ୍ନୀ କାନ୍ଦି ପକାଇଥିଲେ। ଅପରେସନ ବ୍ଲ୍ୟୁ ଷ୍ଟାର ଓ ୧୯୭୫ ମସିହାରେ ଲାଗୁ ହୋଇଥିବା ଏମରଜେନ୍ସି ସେବା ଇନ୍ଦିରାଙ୍କ ରାଜନୈତିକ କ୍ୟାରିୟର ଶେଷ କରିଦେଇଥିଲା ବୋଲି ଶ୍ରୀମତୀ ଚୌଧୂରୀ କହିଥିଲେ। ରାଷ୍ଟ୍ରପତି ଇସ୍ତଫାର ଲଫାପା ନେଇଥିଲେ କିନ୍ତୁ କେବେ ଉକ୍ତ ଲଫାପାକୁ ଖୋଲି ଦେଖି ନଥିଲେ।

ଇନ୍ଦିରା ଗାନ୍ଧୀଙ୍କ ସମର୍ଥକମାନେ କୁହନ୍ତି ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପର୍ଯ୍ୟନ୍ତ ଇନ୍ଦିରା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତୁ। କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ତାଙ୍କ ମନ ଓ ହୃଦୟରେ ଏକ ଦ୍ୱନ୍ଦ୍ୱ ରହିଥିଲା। ଯେତେବେଳେ ଜୟପ୍ରକାଶ ନାରାୟଣ ଏବଂ ମୋରାରଜୀ ଦେଶାଇ ତାଙ୍କୁ ଭେଟିବାକୁ ଆସିଥିଲେ, ସେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ପରିବାରକୁ କୌଣସି କ୍ଷତି ହେବ ନାହିଁ, ଯେଉଁଥିରେ ଇନ୍ଦିରା ଉତ୍ତର ଦେଇଥିଲେ କି ମୁଁ ବର୍ତ୍ତମାନ ଥକି ଯାଇଛି। ମୁଁ ଅବସର ନେଉଛି, ମୋର ଅବଶିଷ୍ଟ ଜୀବନ ମୋ ବୋହୂ ଏବଂ ନାତିମାନଙ୍କ ସହିତ ବିତାଇବି। କେବଳ ଗୋଟିଏ ଆଶ୍ୱାସନା ମାଗିଥିଲେ କି ସଞ୍ଜୟଙ୍କ ସହିତ କୌଣସି କ୍ଷତି ଯେପରି ନହୁଏ ।

Leave A Reply

Your email address will not be published.