Latest Odisha News

BREAKING NEWS

ଆସନ୍ତା ୯ରୁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ

ପୁରୀ: ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୁଲ୍ୟରେ ଆସନ୍ତା ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପୀ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଏହି ମହୋତ୍ସବରେ ୧୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଛି ଆଙ୍କର କି ଖୋଜ ତଥା ପୋଏଟ୍ରି । ବର୍ତ୍ତମାନ ସୁଦ୍ଧା ୩୦୦ ଛାତ୍ର ,ଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ବସୁଧୈବ କୁଟୁମ୍ବକମ ଅନୁଷ୍ଠିତ ହେବ ।

ଗ୍ଲୋରି ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ହେଉଛି ଗ୍ଲୋରି କୁଇନ୍ । ଚଳିତ ବର୍ଷ ବକୃତା ,ତର୍କ,ସାଧାରଣ ଜ୍ଞାନ ,ଅନ୍ତାକ୍ଷରି , ସ୍ପଟ୍ ପେଣ୍ଟିଂ ,ରେକର୍ଡ ଡ୍ୟାନ୍ସ,,ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ନାଟକ, ଯନ୍ତ୍ର ସଙ୍ଗୀତ , ଲଘୁ ସଙ୍ଗୀତ , ଏକକ ଅଭିନୟ ନାଟକ , କବିତା ଅନୁସନ୍ଧାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଜୟନ୍ତ ଷଡ଼ଙ୍ଗୀ,କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ,ବିଦ୍ରୋହ ସିଂହ, ସୌମ୍ୟ ରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.