ପୁରୀ : ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଆଜିଠାରୁ ୫ ଦିନିଆ ୪୪ ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ ଆରମ୍ଭ ହୋଇଛି । ଉଦଘାଟନର ପ୍ରାରମ୍ଭରେ ଦିଲ୍ଲୀର ସିନିୟର ଅମ୍ପାୟର ଗୋପାଳ ସିଂ ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ପ୍ରତିଯୋଗିତା ୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ରାଜ୍ୟର ୨୬ ପୁରୁଷ ଓ ୨୪ ମହିଳା ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହାକୁ ଉଦଘାଟନ କରି ଜିଲ୍ଲାପାଳ ସମର୍ଥ ବର୍ମା କ୍ରୀଡା ଶରୀରକୁ ସୁସ୍ଥ, ସତେଜ ଓ ନିରୋଗ ରଖିବାରେ ସହାୟକ ହେବା ସହ ସଦଭାବନା ଓ ଭାଇଚାରା ସୃଷ୍ଟି କରିଥାଏ ବୋଲି ସୂଚନା ଦେଇ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କ୍ରୀଡାବିତ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଜାତୀୟ ସଫ୍ଟବଲ ଆସୋସିଏସନର ସଭାପତି ନୀତଲ ନାରଙ୍ଗ ପୁରୀରେ ଏକ ଭବ୍ୟ ପରିବେଶ ମଧ୍ୟରେ ଏହି କ୍ରୀଡା ଆୟୋଜନକୁ ପ୍ରଶଂସା କରିଥିଲେ । ଓଡ଼ିଶା ବିଶ୍ୱକପ ହକିର ଆୟୋଜନ କରି ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛି ବୋଲି କହିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜାତୀୟ ସଫ୍ଟବଲ ଆସୋସିଏସନର ସଭାପତି ନିତ୍ତଲ ନାରଙ୍ଗ, ସେକ୍ରେଟାରୀଏଟ ସମ୍ପାଦକ ଡଃ ପ୍ରବୀଣ ଆନାଓକର, ସାଧାରଣ ସମ୍ପାଦକ ଏଲ ଆର ମୋରିୟା, ରାଜ୍ୟ ସଫ୍ଟବଲ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଆୟୋଜନ କମିଟି ସମ୍ପାଦକ ରାଜକିଶୋର ପଟ୍ଟନାୟକ, ସଦସ୍ୟ ସୌମିତ୍ର ହରିଚନ୍ଦନ, ଅରବିନ୍ଦ ଦାସ, ରଞ୍ଜନ କୁମାର ରଥ,ସୌଭାଗ୍ୟ ସାହୁ,ବିଭୁ ପଶୁପାଳକ, ସହଦେଵ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
Comments are closed.