Latest Odisha News

BREAKING NEWS

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ ଯୋଗୀ । କିନ୍ତୁ ଏବେ ସେ ଗୋରଖପୁର ଆସନରୁ 1 ଲକ୍ଷରୁ ଅଧିକ ଭୋଟରେ ଜିତିବାକୁ ଯାଉଥିବା ବେଳେ ଦ୍ୱିତୀୟ ଥର ପାଇଁ ଦେଶର ସବୁଠୁ ବଡ ରାଜ୍ୟର ବିଜେପି ଲଗାତର ସରକାର ଗଢିବାକୁ ଯାଉଛି।

୧୯୫୦ରେ ୟୁପିରେ ପ୍ରଥମଥର ନିର୍ବାଚନ ହୋଇଥିଲା। ସେବେଠାରୁ ଏଯାବତ କେହି ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଏଥିସହ କେହି ୫ ବର୍ଷ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ବି ପୂରଣ କରିନଥିଲେ। ତେଣୁ ୟୁପିରେ ବିଜେପି ସରକାର ଗଢିବାକୁ ଯାଉଥିବାରୁ ଉଭୟ ଯୋଗୀ ଏବଂ ବିଜେପି ଇତିହାସ ରଚିବାକୁ ଯାଉଛନ୍ତି।

ଏଠାରେ ବିରୋଧୀ କରୋନା ମୃତ୍ୟୁ, ତିନି କୃଷି ଆଇନ୍, ଚାଷୀଙ୍କ ବିରୋଧରେ ମାମଲା ଏବଂ ବେରୋଜଗାରୀକୁ ପ୍ରସଙ୍ଗ କରି ବିରୋଧୀ ନିର୍ବାଚନକୁ ଓହ୍ସାଇଥିଲେ । ଏମିତିକି ଚାଷୀ ନେତା ରାକେଶ ଟିକାୟତ ମଧ୍ୟ ବିଜେପି ବିରୋଧରେ ଭୋଟ୍ ଦେବାକୁ ଯାଇ ଲୋକଙ୍କୁ ଅପିଲ କରିଥିଲେ।

ଉତ୍ତରପ୍ରେଦଶରେ ବିଜେପି ୧୯୯୭ରେ ପ୍ରଥମେ ସରକାର ଗଢ଼ିଥିଲା। ୫ ବର୍ଷ ଭିତରେ ବିଜେପି ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ସେହିପରି ୧୯୯୫ରେ ୩ ଜୁନରେ ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ମାତ୍ର ୧୩୭ ଦିନ ପାଇଁ ସେ ଏହି ଆସନରେ ବସିଥିଲେ। କିନ୍ତୁ ଏହାପରେ ୟୁପିରେ ୧୯୯୭ ଯାଏ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପୁଣିଥରେ ମାୟାବତୀ ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲେ। ଏଥର ବି ମାୟାବତୀ ନିଜ କାର୍ଯ୍ୟକାଳ ପୂରଣ କରିପାରିନଥିଲେ। ମାତ୍ର ୧୮୪ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିଥିଲେ।

ଏହା ପୂର୍ବରୁ ୧୯୫୦ରୁ ୧୯୬୭ ଏହି ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିଲା। କିନ୍ତୁ ଏହି ୧୭ ବର୍ଷ ଭିତରେ ୩ ମୁଖ୍ୟମନ୍ତ୍ରୀ ବଦଳିଥିଲେ । ସେହିପରି ୧୯୮୦ରୁ ୧୯୯୦ ମଧ୍ୟ କଂଗ୍ରେସ ଶାସନ ଗାଦିରେ ବସିଥିଲା। ଆଉ ଏହି ୯ ବର୍ଷ ଭିତରେ କଂଗ୍ରେସ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା।

Comments are closed, but trackbacks and pingbacks are open.