ଭଦ୍ରକ: ଆଖିକୁ ଦିଶୁନାହିଁ । ହେଲେ ସୁମଧୁର ସଙ୍ଗୀତ ପରିବେଶଣ କରି ଲୋକଙ୍କ ମନ ମୋହିପାରୁଛନ୍ତି । କେବଳ ଗୀତ ଗାଉଛନ୍ତି ତାହା ନୁହେଁ, ଅର୍ଗାନ, ତାବଲା, ବେହେଲା ଓ ଝାଞ୍ଜ ବଜାଇବାରେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି ଏହି ଦୃଷ୍ଟିହୀନ କଳାକାର । ଦୃଷ୍ଟିହୀନଙ୍କ ଦ୍ୱାରା ଗଠିତ ମା’ କୀଚକେଶ୍ୱରୀ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ବିଭିନ୍ନ ଜିଲ୍ଲାକୁ ଯାଇ ରାସ୍ତାକଡ଼ରେ ସଙ୍ଗୀତ ଗାନ କରୁଛନ୍ତି । ଆଉ ପଥଚାରୀମାନେ ଭଜନ ଶୁଣି ଘଡ଼ିଏ ଅଟକିଯାଇଥାନ୍ତି ।
କରୋନାକାଳରେ ପରିବାର ପ୍ରତିପୋଷଣ ପାଇଁ ଅନେକ କଳା ଛାଡ଼ି ଅନ୍ୟ ବୃତ୍ତି ଆପଣେଇ ନେଇଛନ୍ତି । ଅଧିକାଂଶ ହାତଯୋଡ଼ିବା ପରିସ୍ଥିତିରେ ଘରେ ବସିଛନ୍ତି । ଏହିପରି ସ୍ଥଳେ ନିଜ ପରିବାର ପ୍ରତିପୋଷଣ ଲାଗି ଅଭିନବ ଉପାୟରେ ସାଧାରଣ ଲୋଙ୍କଠାରୁ ଆର୍ଥିକ ସହଯୋଗର କାମନା ଲାଗି ଆଗେଇ ଆସିଛନ୍ତି କିଛି ଦୃଷ୍ଟିହୀନ ମଞ୍ଚ କଳାକାର । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ଛକରେ ଏହି ଦୃଷ୍ଟିହୀନ କଳାକାରଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହୋଇଥିଲା ।
ଦୃଷ୍ଠିହୀନମାନଙ୍କ କଣ୍ଠରୁ ସୁମଧୁର ସଙ୍ଗୀତ ଶୁଣିବା ପରେ ବହୁ ଲୋକ ଆର୍ଥିକ ସହଯୋଗ କରୁଥିବା ଜଣାପଡ଼ିଛି । ସରକାରଙ୍କ ମାତ୍ର ୭ଶହ ଟଙ୍କା ଭତ୍ତା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଯେଉଁଥିପାଇଁ ରାସ୍ତାକଡ଼ରେ ସଙ୍ଗୀତ ଗାନ କରି ଲୋକଙ୍କଠାରୁ ଆର୍ଥିକ ସହଯୋଗ କାମନା କରୁଛନ୍ତି । ୭ଶହ ଟଙ୍କା ଭତ୍ତାକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ଏହି ମଞ୍ଚ କଳାକାରର ମୁଖ୍ୟ ନାରାୟଣ ଜେନା ।
Comments are closed.