ଭୁବନେଶ୍ୱର: ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନାୟପଲ୍ଲୀ ଆଇଆରସି ଭିଲେଜ୍ ନିକଟସ୍ଥ ଗଣପତି ବସ୍ତିରୁ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ୧୪ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ମହିଳାଙ୍କ ପାଖ ପଡୋଶୀ ହୋଇଥିବା ବେଳେ ଦୁଇ ଜଣ କୋଭିଡ୍ ସଚେତକ ଓ ଅନ୍ୟ ଜଣେ ଆଶା କର୍ମୀ ବି ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଏହି ଗର୍ଭବତୀ ମହିଳା ଜଣଙ୍କ କିଛିଦିନ ତଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପଜିଟିଭ୍ ଚିହ୍ନଟ ଏହି ମହିଳାଙ୍କୁ ୨ କୋଭିଡ୍ ସଚେତକ ଓ ଆଶା କର୍ମୀ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ । ସେଠାରୁ ସେମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରନ୍ତି । ମହିଳା ଜଣଙ୍କ କିପରି ସଂକ୍ରମିତ ହେଲେ ତାହା ଏବେବି ରସହ୍ୟ ଘେରରେ ।
ଅନ୍ୟପଟେ ବସ୍ତିରୁ ଏତେ ସଂଖ୍ୟାରେ ପଜିଟିଭ୍ ବାହାରିବା ପରେ ବିଏମସି ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି ।
ସିଲ ଅଞ୍ଚଳ:
ବୈରାଗୀ ଚରଣ ମିଶନରୁ ତାରିଣୀ ମନ୍ଦିର,
ତାରିଣୀ ମନ୍ଦିରରୁ ହାଟରୁ ଅନ୍ନପୂର୍ଣ୍ଣା ମଣ୍ଡପ
ଅନ୍ନପୂର୍ଣ୍ଣା ମଣ୍ଡପଠାରୁ ପ୍ଲଟ୍ ନଂ ୬/୨ ଦେଇ ବୈରାଗୀ ଚରଣ ମିଶନ ଯାଏଁ ।
ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସକୁ ବନ୍ଦ ରଖାଯାଇଥିବା ବେଳେ ଏଠାକାର ଲୋକେ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ୍ରେ ରହିବେ । ବିଏମ୍ସି ଏଠାରେ ଜରୁରୀ ସାମଗ୍ରୀ ଯୋଗାଇବ ବୋଲି ସୂଚନା ମିଳିଛି ।
Comments are closed.