ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡର ବିଶିଷ୍ଟ ସ୍ତମ୍ଭକାର ବାଦଲ ଭୂୟାଁଙ୍କ ଲିଖିତ ‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଛି ।
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍ ଏହି ପୁସ୍ତକକୁ ଉନ୍ମୋଚିତ କରି ଓଡ଼ିଶାର ପ୍ରଗତିର ଯାତ୍ରାକୁ ସଠିକ୍ ଓ ସଫଳ ଭାବେ ଏହି ପୁସ୍ତକ ମୂଲ୍ୟାୟନ କରିଛି ବୋଲି ମତବ୍ୟକ୍ତ କରିବା ସହ ଏହାର ପାଠକୀୟ ଆଦୃତି କାମନା କରିଥିଲେ । ପୁସ୍ତକ ଉନ୍ମୋଚନ ସମୟରେ ବିଶିଷ୍ଟ ସ୍ତମ୍ଭକାର ତଥା ସିଂହଭୂମୀର ପ୍ରତିଷ୍ଠାତା ସମ୍ପାଦକ ବାଦଲ ଭୂୟାଁ, ସାମ୍ବାଦିକ ସୁଶାନ୍ତ କୁମାର ଭୂୟାଁ ଓ ସମାଜସେବୀ ତଥା ଉଦ୍ୟୋଗୀ ରାମକୃଷ୍ଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.