Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ଶିକ୍ଷକ ନିଲମ୍ବିତ

ବରଗଡ: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଉତ୍ତର ଡାକି ହଟହଟା ହେଲେ ଶିକ୍ଷକ । ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ । ନିଲମ୍ବିତ ଶିକ୍ଷକ ଜଣଙ୍କ ହେଉଛନ୍ତି ଛେଲିଆ ପୋଢ । ସେ ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ପଞ୍ଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।

ଫେବ୍ରୁଆରୀ ୨୬ରେ ଗାଇସିଲାଟ ସରକାରୀ ନୋଡାଲ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ, ବେଆଇନ ଭାବେ ପରୀକ୍ଷା କେନ୍ଦ୍ରକୁ ଯିବା ସହ କବାଟ ପାଖରେ ରହି ପିଲାମାନଙ୍କୁ ଉତ୍ତର କହୁଥିଲେ ଶିକ୍ଷକ ଜଣକ । ଏହି ସମୟରେ ସୁପରଭାଇଜର ଭାବରେ ତହସିଲଦାର ଉକ୍ତ ସ୍କୁଲ କୁ ଗସ୍ତ କରିଥିଲେ ।

ଏହାପରେ ଶିକ୍ଷକ ଛେଲିଆ ପୋଢ଼ଙ୍କୁ ଧରିଥିଲେ ସ୍କୁଲକୁ ସୁପରଭାଇଜର ଭାବେ ଆସିଥିବା ତହସିଲଦାର । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.