Latest Odisha News

‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ’:ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବିପଦ ଏବେ ବି ଟଳିନି । ଜନତାଙ୍କ ସହଯୋଗରେ କରୋନା ନିୟନ୍ତ୍ରଣରେ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି । ଆଗକୁ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ରହିଛି । ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗ ପାଇଁ ବର୍ତ୍ତମାନ ସ୍ୱାଭିବକ ଅବସ୍ଥା ରହିଛି । କେହି ଲକଡାଉନକୁ ଫେରିବାକ ଚାହୁଁନାହାଁନ୍ତି । ଆମର ପଦକ୍ଷେପକୁ WHO ପ୍ରଶଂସା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନିଜ ବାର୍ତ୍ତାରେ କରୋନା ମୁକାବିଲା ପାଇଁ ସଚେତନ ରହିବା ସହ ସତର୍କ ରହିବା ଆଦି ବାବଦରେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଲକଡାଉନରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ସତର୍କ ହେଲେ ଲକଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ । ରାଜ୍ୟବାସୀ ପୂର୍ବ ଭଳି କୋଭିଡ୍ ଗାଇଡଲାଇନକୁ ପାଳନ କରିବା ଦରକାର । ବାହାରକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ । ଠିକ ଭାବେ ପାଟି ଓ ନାକକୁ ଘେଡାଇ କରି ମାସ୍କକୁ ପିନ୍ଧିବାକୁ ପଡିବ । ଘରକୁ ଫେରି ସାବନୁରେ ଭଲ ଭାବେ ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବେ ବାହାରେ ବୁଲାବିଲି କରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଏବେ ଟିକାକରଣ ଜାରି ରହିଛି । ଏହି ଦିଗରେ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ସମୟରେ ଜୀବନ ହାରିଥିବା ଯୋଦ୍ଧାଙ୍କୁ ନବୀନ ମନେ ପକାଇଛନ୍ତି । ସେମାନଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନଥିବା ମଧ୍ୟ ସେ କହିଛନ୍ତି । ଏହି ଯୋଦ୍ଧାଙ୍କ ବଲିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ । ସତର୍କ ରହିବା ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ । କୋଭିଡ୍ ନିୟମାବଳୀକୁ ପାଳନ କରିବା ଉଚିତ । ସମସ୍ତେ ମିଶି ଜିରୋ ଇନଫକେସନ୍ ଲକ୍ଷ୍ୟ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.