Latest Odisha News

BREAKING NEWS

ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଆଉ ଜୁଆ ଖେଳିବେନି ତ ଅଧିନାୟକ କୋହଲି !

ଅହମ୍ମଦାବାଦ:ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟରେ ଅଧିନାୟକ ବିରାଟ କୋହଲିଙ୍କ ରୋହିତ ଶର୍ମାଙ୍କୁ ନ ଖେଳାଇବା ଜୁଆ ଭାରୀ ପଡିଥିଲା । ଶୋଚନୀୟ ଭାବେ ପରାଜିତ ହେବା ପରେ ଆଜି(ରବିବାର) ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଜିତି ଟିମ୍‌ଇଣ୍ଡିଆ ସିରିଜରେ ତିଷ୍ଠି ରହିବାକୁ ଚାହିଁବ । ଶ୍ରେୟାଶ ଆୟାରଙ୍କ ଅର୍ଦ୍ଧଶତକ ଭାରତ ପ୍ରଥମ ମ୍ୟାଚରେ ୧୦୦ରୁ ଊର୍ଦ୍ଧ୍ୱ ରନ କରିପାରିଥିଲା । ଟି୨୦ରେ ଏବେ ଇଂଲଣ୍ଡ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । କୋହଲିଙ୍କ ଖରାପ ଫର୍ମ ମଧ୍ୟ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଟି୨୦ରେ ୩୦୦୦ ରନ ପୂର୍ଣ୍ଣ କରିବା ପାଇଁ ସେ ଆଉ ୭୨ ରନ ଆବଶ୍ୟକ କରୁଛନ୍ତି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ୩ ପେସରଙ୍କୁ ଖେଳାଇବା ଲକ୍ଷ୍ୟରେ ରହିଛି । ଏହି ମ୍ୟାଚରେ ରୋହିତ ଖେଳିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଭାରତୀୟ ଟପଅର୍ଡର ମାର୍କ ଉଡ ଓ ଜୋଫ୍ରା ଆର୍ଚ୍ଚରଙ୍କ ବିପକ୍ଷରେ ଅସହାୟ ସାବ୍ୟସ୍ତ ହୋଇଥିଲେ ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ଶ୍ରେୟାଶ ଆୟାର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଶାର୍ଦୁଲ ଠାକୁର, ନବଦୀପ ସୈନି, ୱାସିଂଟନ୍ ସୁନ୍ଦର।

BjdElectrycity

ଇଂଲଣ୍ଡ: ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ଜାସନ ରଏ, ବେନ୍ ‌ଷ୍ଟୋକ୍ସ, ଆଦିଲ ରସିଦ, ମାର୍କ ଉଡ୍, ସାମ୍ କରନ, ଜନି ବେୟାରଷ୍ଟୋ, ଜୋର୍ଫା ଆର୍ଚର, ମୋଇନ ଅଲ୍ଲୀ, ଡେୱିଡ୍ ମଲାନ, କ୍ରିସ୍ ଜୋର୍ଡାନ।

Leave A Reply

Your email address will not be published.