ଭୁବନେଶ୍ୱର: ଜାତୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୩୭ତମ ଜାତୀୟ କ୍ରୀଡାରେ ସେ ୪ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ମୂଖ୍ୟମନ୍ତ୍ରୀ ତାଙ୍କ ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ମୂଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ପ୍ରଣତି ଅଲରାଉଣ୍ଡ, ଭଲ୍ଟ, ବାଲାନ୍ସିଂ ବିମ୍ସ ଓ ଅନ ଇଭେନ ବାର୍ସରେ ସ୍ୱର୍ଣ୍ଣ ଏବଂ ଫ୍ଲୋର ଇଭେଂଟରେ ରୌପ୍ୟ ପଦକ ହାସଲ କରିଥିଲେ ।
ପ୍ରଣତି ଯୁବ ଆଥଲେଟଙ୍କ ପାଇଁ ପ୍ରକୃତ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ସେ ଦେଶ ଓ ରାଜ୍ୟ ପାଇଁ ଆହୁରି ନାମ କମାଇବେ ବୋଲି ସେ କହିଥିଲେ । ଏହି ଅବସରରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରଶିକ୍ଷକ ଏବଂ ଆଥଲେଟଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଓଡିଶା କ୍ରୀଡାର ବିକାଶ ଘଟୁଛି ବୋଲି ସେ କହିଥିଲେ ।
Comments are closed.