Latest Odisha News

ପୁଣି ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା; ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା, ଉଦ୍ଧାର କାର୍ଯ୍ୟ ଜାରି

ରାୟଗଡ଼ା: ପୁଣି ରେଳରେ ଅଘଟଣ। ବିଶାଖାପାଟଣା-ରାୟଗଡା ପାସେଞ୍ଜେର ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା। ବିଜୟନଗରମ ଆଲୋମଣ୍ଡା ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ବେଳେ କିଛି ବଗି ଟ୍ରେନ ଟ୍ରାକ ବାହାରେ ପଡିଛି। ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିବା ପ୍ରାଥମିକ ସୂଚନା ମିଳିଛି। କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ।

କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି। ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ ପଲାସା ପାସେଞ୍ଜରକୁ ପିଟିଲା। ପଲାସାର ଗୋଟିଏ ବଗି ମେନ୍ ଲାଇନରେ ପଡ଼ିବାରୁ ଦୁର୍ଘଟଣା ଘଟିଛି। ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍। ବର୍ତ୍ତମାନ ସୁଦ୍ଧା କୌଣସି ମୃତ୍ୟୁ ଖବର ମିଳିନଥିବା ବେଳେ ଘଟଣାର ତଦନ୍ତ ଚାଲିଛି। ଅନ୍ୟପଟେ କିଟିମିଟି ଅନ୍ଧାରରେ ରେଳ ବିଭାଗ ଏବଂ ସାମାଜିକ କର୍ମୀଙ୍କ ଦ୍ୱାରା ରେଳରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.