Latest Odisha News

BREAKING NEWS

ଗଲୱାନ ଘାଟି ଉପରେ ପୁଣି ଆଖି ପକାଇଲାଣି ଚୀନ, ନିଜ ସୀମାରେ ବଙ୍କର ତିଆରି କରୁଛି

ବେଜିଂ: ପ୍ରାୟ୧ ବର୍ଷ ପରେ ଚୀନ ପୁନର୍ବାର ଗଲୱାନ ଘାଟି ଉପରେ ଆଖି ପକାଇଛି । ରିପୋର୍ଟ ମୁତାବକ ଚୀନ ତାର ସୀମା ନିକଟରେ ସେନାଙ୍କ ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତି କରୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତରେ ତାଣ୍ଡବ ରଚୁଥିବା ବେଳେ ଡ୍ରାଗନ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି । ତେବେ ଭାରତୀୟ ସେନା ସତର୍କ ରହିବା ସହ ଚୀନର ସମସ୍ତ ଗତିବିଧି ଉପରେ ନଜର ରଖିଛନ୍ତି । ଗତବର୍ଷ ଜୁନରେ ଗଲୱାନ ଘାଟି ନିକଟରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏଥିରେ ଭାରତର ୨୦ ଏବଂ ଚୀନର ୪୦ ସୈନ୍ୟ ନିହତ ହୋଇଥିଲେ । ପରେ ବାରମ୍ବାର ବୈଠକ ବସିବା ପରେ ଉଭୟ ଦେଶ ନିଜ ନିଜ ଅଂଚଳକୁ ଫେରି ଆସିଥିଲେ ।

Leave A Reply

Your email address will not be published.