Latest Odisha News

BREAKING NEWS

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି

କଳାହାଣ୍ଡି: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗରିବ ଆଦିବାସୀଙ୍କ ପାଇଁ ପିଇବା ପାଣିର ସୁବିଧା କରୁଛନ୍ତି । ହେଲେ କିଛି ଅଞ୍ଚଳ ଲୋକେ ଏଥିରୁ ବଞ୍ଚିତ ରହୁଛନ୍ତି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକ ଅନ୍ତର୍ଗତ ବିରମଳ ଗୁଡାରେ ପାନୀୟ ଜଳ ପ୍ରକଳ୍ପ ଅଛି । ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରୁନି । ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

BjdElectrycity

ଗାଁରେ ପ୍ରାୟ ୧୨୦ପରିବାର ବସବାସ କରୁଥିବା ବେଳେ ଲୋକେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିରମଳଗୁଡା ଗ୍ରାମରେ ପାନୀୟ ଜଳର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବସୁଧା ଯୋଜନା ମାଧ୍ୟମରେ ପ୍ରାୟ ୬୧ଲକ୍ଷ ଟଙ୍କାରେ ବ୍ୟୟବହୁଳରେ ଏକ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସ୍ଥାନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ନିର୍ମାଣ ହୋଇଛି କିନ୍ତୁ ନିର୍ମାଣ ହୋଇ ୪ ମାସ ହୋଇଯାଇ ଥିଲେ ସୁଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଉନଥିବା ଗ୍ରାମବାସୀ କହିଛନ୍ତିି ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ବଢିବାରେ ଜଳ ଶୁଷ୍ଣ ହୋଇ ପଡ଼ିଛି ଅନେକ ଜଳ ଉତ୍ସ। ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛି ମଣିଷ । ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କ୍ଷମ କରିବାକୁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ଗ୍ରାମ ବାସୀ ।

Leave A Reply

Your email address will not be published.