Latest Odisha News

BREAKING NEWS

ଡାକ୍ତରଖାନାରେ ଷ୍ଟାଫ୍ ଅଭାବ, ଇସିଜି କରୁଛନ୍ତି ସଫେଇ କର୍ମଚାରୀ

ମୁମ୍ବାଇ: ସୋସିଆଲ ମିଡିଆରେ ମୁମ୍ବାଇର ଏକ ସରକାରୀ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ମହିଳାଙ୍କ ଇସିଜି କରୁଛନ୍ତି ଡାକ୍ତରଖାନାର ସଫେଇ କର୍ମଚାରୀ । ଏହି ଘଟଣା ଭାଇରାଲ ହେବା ପରେ ଡାକ୍ତରଖାନାରେ ଇସିଜି ଟେକ୍ନିସିଆନଙ୍କୁ ନିଯୁକ୍ତ କରାଯାଇଛି ।

ଖବରମୁତାବକ,ଗତ ଡିସେମ୍ବର ୨୮ରେ ଗୋବନ୍ଦିର ବୃହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ପରିଚାଳିତ ଶତାବ୍ଦୀ ହସ୍ପିଟାଲରେ ଏହି ଘଟଣା ଘଟିଥିଲା।

ପୂର୍ବତନ କର୍ପୋରେଟର ରୁକ୍ସାନା ସିଦ୍ଦିକି ଡାକ୍ତରଖାନାର ଯାଞ୍ଚ ପାଇଁ ଆସିଥିଲେ। ଏହି ସମୟରେ ସେ ଦେଖିଲେ ଯେ ଜଣେ ସଫେଇ କର୍ମଚାରୀ ଜଣେ ମହିଳାଙ୍କ ଇସିଜି କରୁଛନ୍ତି। ଯେତେବେଳେ ପଚରାଗଲା, ସେ କର୍ମଚାରୀ ଜଣକ କହିଥିଲେ ଯେ ସେ ଜଣେ ସଫେଇ କର୍ମଚାରୀ ଏବଂ କର୍ମଚାରୀଙ୍କ ଅଭାବ ହେତୁ ତାଙ୍କୁ ଏହି କାମ କରିବାକୁ ପଡୁଛି । ଏ ଘଟଣା ସମ୍ପର୍କରେ ସିଦ୍ଦିକି ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ତେବେ ଡାକ୍ତରଖାନା ପ୍ରଶାସନ ସ୍ଵୀକାର କରିଛନ୍ତି ଯେ, ଗତ ତିନିବର୍ଷ ଧରି କର୍ମଚାରୀଙ୍କ ଘୋର ଅଭାବ ରହିଛି । ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ବେସରକାରୀ କର୍ମଚାରୀ ମଧ୍ୟ ଉପଲବ୍ଧ ନାହାଁନ୍ତି, ତେଣୁ ସଫେଇ କର୍ମଚାରୀଙ୍କୁ ଟ୍ରେନିଙ୍ଗ୍ ଦିଆଯାଇ କାମ କରିବାକୁ କୁହାଯାଇଛି ।

 

Comments are closed.