ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତ ସରକାର ଦେଶର ମୁଖ୍ୟ ଆର୍ଥୀକ ପରାମର୍ଶଦାତା ଭାବେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି । କୃଷ୍ଣମୂର୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ଶିକ୍ଷା ଜଗତକୁ ଫେରିବା ପାଇଁ ଚାହୁଁଛନ୍ତି । ଏହି ଖାଲି ପଡିଥିବା ସ୍ଥାନରେ ଗୀତା ଗୋପୀନାଥ, ପ୍ରଫେସର ପମି ଦୁଆ ଓ ପୁନମ ଗୁପ୍ତାଙ୍କୁ ମଧ୍ୟରୁ ଜଣଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇପାରେ । ଏ ନେଇ କୌଣସି ମନ୍ତବ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇ ନ ଥିବା ବେଳେ ବିଭିନ୍ନ ନ୍ୟୁଜ ୱେବସାଇଟରେ ଖବର ପ୍ରକାଶ ପାଇଛି ।
ଯଦି ଏହା ହୁଏ ତାହାହେଲେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ଏବଂ ପରାମର୍ଶଦାତା ଉଭୟ ମହିଳା ହେବେ । ଗୀତା ଗୋପୀନାଥ ଆର୍ନ୍ତଜାତୀୟ ମୁଦ୍ରା କୋଷର ମୁଖ୍ୟ ଅର୍ଥଶାସ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ପମି ଦୁଆ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସର ପ୍ରଫେସର ରହିଛନ୍ତି । ସେହିପରି ନ୍ୟାଶନାଲ କାଉନ୍ସିଲ ଅଫ ଆପ୍ଲାଇଡ ଇକୋନୋମିକ୍ସ ରିସର୍ଚ୍ଚା ମହା ନିର୍ଦ୍ଦେଶକ ପୁନମ ଗୁପ୍ତା ମଧ୍ୟ ଏହି ଦୌଡରେ ରହିଛନ୍ତି ।
Comments are closed.