Latest Odisha News

BREAKING NEWS

ମୁକୁଳା ଡ୍ରେନରେ ପଡି ନାବାଳକଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ବର: ଆଜି ରାଜଧାନୀର ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହ ଯଥାଶୀଘ୍ର ଡ୍ରେନ୍‌ ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜଧାନୀ ୟୁନିଟ-୩ ମସଜିଦ କଲୋନୀ ନିକଟରେ ଥିବା ମୁକୁଳା ଡ୍ରେନ୍‌ରେ ୮ ବର୍ଷର ନାବାଳକ ଏସକେ ରାଜେଶ ଭାସି ଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ବି ପାଇନଥିଲେ । ଏହାପରେ ଓଡ୍ରାଫ ଟିମ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ବାଳକକୁ ଓସ୍କାର ସିଟି ପାଖରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.