Latest Odisha News

BREAKING NEWS

ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି: ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମହିଳା କର୍ମଚାରୀଙ୍କୁ ମିଳିଲା ଆଶ୍ଵସ୍ତି। ଲୋକସେବା ଭାବନର ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମହିଳାମାନଙ୍କ ସ୍ଵଚ୍ଛତାକୁ ଦୃଷ୍ଟିରେ ରଖି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦ୍ଘାଟନ କଋଛନ୍ତି। ମହିଳା ଶୌଚାଳୟ କମ୍ପ୍ଲେକ୍ସ ଏବଂ ଲେଡିଜ୍ କମନ୍ ରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ମେସିନ୍ ଲଗାଯାଇଛି । କେବଳ ମହିଳା କର୍ମଚାରୀ ନୁହନ୍ତି, ଲୋକସଭା ଭାବନକୁ ଅଭିଯୋଗ ସମାଧାନ ପାଇଁ ଆସୁଥିବା ମହିଳାଙ୍କ ଅସୁବିଧାକୁ ମଧ୍ୟ ଏହା ଦୂର କରିପାରିବ।
ଏହାସହ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା  ଲୋକସେବା ଭବନ ପରିସରରେ ଛୋଟ ପିଲାମାନଙ୍କ ପାଇଁ ଥିବା କ୍ରେଚ୍ ପରିଦର୍ଶନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ  ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ସଚିବାଳୟ ବିଲ୍ଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜାଣିବାକୁ ମିଳିଛି ।
Leave A Reply

Your email address will not be published.