ନୂଆଦିଲ୍ଲୀ: ଖ୍ରୀଷ୍ଟଧର୍ମର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ । ଏହା ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ । ମାତ୍ର ଡେଭିଲ୍ସ ବାଇବେଲ (ଶୈତାନର ବାଇବେଲ) ବିଷୟରେ ଆସନ୍ତୁ ଜାଣିବା । ଡେଭିଲ୍ସ ବାଇବେଲର ପ୍ରଚ୍ଛଦ ପୃଷ୍ଠାରେ ଏକ ଦୁଷ୍ଟ ଆତ୍ମାର ଚିତ୍ର ରହିଛି । ଏହା ଭିତରେ ବିଭିନ୍ନ ରହସ୍ୟମୟ ଓ ଭୟଙ୍କର ଚିତ୍ର ରହିଛି । ସବୁଠାରୁ ବଡ କଥା ଏହି ପୁସ୍ତକର ଲେଖକ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି । ଏବେ ଏହି ପୁସ୍ତକ ସ୍ୱୀଡେନର ପୁସ୍ତକାଳୟରେ ରହିଛି । କାଗଜ ବଦଳରେ ଏଥିରେ ଚମଡାରେ ବ୍ୟବହୃତ ହୋଇଛି ।
୧୩ଶ ଶତାବ୍ଦୀରେ ଜଣେ ସନ୍ୟାସୀ ତାଙ୍କ ମଠବାସୀଙ୍କ ପ୍ରତିଜ୍ଞା ଭାଙ୍ଗି ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୀବନ୍ତ ଅବସ୍ଥାରେ କାନ୍ଥ ମଧ୍ୟରେ ପୋତି ଦେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । କଠୋର ଦଣ୍ଡରୁ ବଂଚିବା ପାଇଁ ସନ୍ୟାସୀଜଣଙ୍କ ଗୋଟିଏ ଦିନରେ ଏ ଭଳି ଏକ ପୁସ୍ତକ ଲେଖିବି ଯାହା ମାନବଜାତି ଏବଂ ମଠବାସୀଙ୍କୁ ଗୌରବାନ୍ୱିତ କରିବ ବୋଲି କହିଥିଲେ । ଶେଷର ତାଙ୍କୁ ଏହା ଲେଖିବା ପାଇଁ ଅନୁମତି ମିଳିଥିଲା । ଅର୍ଦ୍ଧ ରାତ୍ରରେ ସେ ଅନୁଭବ କଲେ ଯେ, ଏକୁଟିଆ ଏହା ଲେଖିବା ସମ୍ଭବପର ନୁହେଁ । ଏକ ବିଶେଷ ପ୍ରାର୍ଥନା କରି ଜଣେ ଶୈତାନଙ୍କୁ ଡାକିଥିଲେ । ପୁସ୍ତକ ଲେଖିବା ବଦଳରେ ଶୈତାନଜଣଙ୍କ ତାର ଆତ୍ମା ମୁକୁଳିଦେବା ପାଇଁ ଅନୁରୋଧ କରିଥିଲେ । ସନ୍ୟାସୀ ଜଣଙ୍କ ରାଜି ହେବା ପରେ ଦୁଷ୍ଟ ଆତ୍ମା ପୁସ୍ତକଟିକୁ ସମ୍ପୂର୍ଣ୍ଣ କରିଥିଲେ । ଗବେଷଣା କରୁଥିବା ବୈଜ୍ଞାନିକମାନେ କିନ୍ତୁ ଏହି ତର୍କ ମାନୁ ନାହାନ୍ତି ।
ଗୋଟିଏ ଦିନରେ ଚମଡା ପୃଷ୍ଠାରେ ଏହା ଲେଖାଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି । ଅପରପକ୍ଷରେ ସମ୍ପୂର୍ଣ୍ଣ ପୁସ୍ତକରେ ଗୋଟିଏ ଶୈଳୀରେ ଲେଖା ଯାଇଛି । ଯାହା କି କମ୍ ସମୟ ମଧ୍ୟରେ ଲେଖିଲେ ସମ୍ଭବ ହେବ । ଏହି ପୁସ୍ତକ ଯିଏ ବି ପଢ଼ିବାକୁ ଚେଷ୍ଟା କରିଛି କିଛି ନା କିଛି ଅଘଟଣ ଘଟିଛି । ଏବେ ବି ପୁସ୍ତକର ରହସ୍ୟ ଅନାବୃତ ପାଇଁ ଉଦ୍ୟମ ଚାଲିଛି ।
BREAKING NEWS
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
Comments are closed.