ନୂଆଦିଲ୍ଲୀ: ଖ୍ରୀଷ୍ଟଧର୍ମର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ । ଏହା ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ । ମାତ୍ର ଡେଭିଲ୍ସ ବାଇବେଲ (ଶୈତାନର ବାଇବେଲ) ବିଷୟରେ ଆସନ୍ତୁ ଜାଣିବା । ଡେଭିଲ୍ସ ବାଇବେଲର ପ୍ରଚ୍ଛଦ ପୃଷ୍ଠାରେ ଏକ ଦୁଷ୍ଟ ଆତ୍ମାର ଚିତ୍ର ରହିଛି । ଏହା ଭିତରେ ବିଭିନ୍ନ ରହସ୍ୟମୟ ଓ ଭୟଙ୍କର ଚିତ୍ର ରହିଛି । ସବୁଠାରୁ ବଡ କଥା ଏହି ପୁସ୍ତକର ଲେଖକ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରି ନାହାନ୍ତି । ଏବେ ଏହି ପୁସ୍ତକ ସ୍ୱୀଡେନର ପୁସ୍ତକାଳୟରେ ରହିଛି । କାଗଜ ବଦଳରେ ଏଥିରେ ଚମଡାରେ ବ୍ୟବହୃତ ହୋଇଛି ।
୧୩ଶ ଶତାବ୍ଦୀରେ ଜଣେ ସନ୍ୟାସୀ ତାଙ୍କ ମଠବାସୀଙ୍କ ପ୍ରତିଜ୍ଞା ଭାଙ୍ଗି ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୀବନ୍ତ ଅବସ୍ଥାରେ କାନ୍ଥ ମଧ୍ୟରେ ପୋତି ଦେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । କଠୋର ଦଣ୍ଡରୁ ବଂଚିବା ପାଇଁ ସନ୍ୟାସୀଜଣଙ୍କ ଗୋଟିଏ ଦିନରେ ଏ ଭଳି ଏକ ପୁସ୍ତକ ଲେଖିବି ଯାହା ମାନବଜାତି ଏବଂ ମଠବାସୀଙ୍କୁ ଗୌରବାନ୍ୱିତ କରିବ ବୋଲି କହିଥିଲେ । ଶେଷର ତାଙ୍କୁ ଏହା ଲେଖିବା ପାଇଁ ଅନୁମତି ମିଳିଥିଲା । ଅର୍ଦ୍ଧ ରାତ୍ରରେ ସେ ଅନୁଭବ କଲେ ଯେ, ଏକୁଟିଆ ଏହା ଲେଖିବା ସମ୍ଭବପର ନୁହେଁ । ଏକ ବିଶେଷ ପ୍ରାର୍ଥନା କରି ଜଣେ ଶୈତାନଙ୍କୁ ଡାକିଥିଲେ । ପୁସ୍ତକ ଲେଖିବା ବଦଳରେ ଶୈତାନଜଣଙ୍କ ତାର ଆତ୍ମା ମୁକୁଳିଦେବା ପାଇଁ ଅନୁରୋଧ କରିଥିଲେ । ସନ୍ୟାସୀ ଜଣଙ୍କ ରାଜି ହେବା ପରେ ଦୁଷ୍ଟ ଆତ୍ମା ପୁସ୍ତକଟିକୁ ସମ୍ପୂର୍ଣ୍ଣ କରିଥିଲେ । ଗବେଷଣା କରୁଥିବା ବୈଜ୍ଞାନିକମାନେ କିନ୍ତୁ ଏହି ତର୍କ ମାନୁ ନାହାନ୍ତି ।
ଗୋଟିଏ ଦିନରେ ଚମଡା ପୃଷ୍ଠାରେ ଏହା ଲେଖାଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି । ଅପରପକ୍ଷରେ ସମ୍ପୂର୍ଣ୍ଣ ପୁସ୍ତକରେ ଗୋଟିଏ ଶୈଳୀରେ ଲେଖା ଯାଇଛି । ଯାହା କି କମ୍ ସମୟ ମଧ୍ୟରେ ଲେଖିଲେ ସମ୍ଭବ ହେବ । ଏହି ପୁସ୍ତକ ଯିଏ ବି ପଢ଼ିବାକୁ ଚେଷ୍ଟା କରିଛି କିଛି ନା କିଛି ଅଘଟଣ ଘଟିଛି । ଏବେ ବି ପୁସ୍ତକର ରହସ୍ୟ ଅନାବୃତ ପାଇଁ ଉଦ୍ୟମ ଚାଲିଛି ।
BREAKING NEWS
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Comments are closed.