Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ଓଡ଼ିଆ ସଙ୍ଗୀତର ଯାଦୁଗର ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର: ପରଲୋକ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି । କରୋନାରେ ସଂକ୍ରମିତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

କୋଭିଡ୍ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅମରେନ୍ଦ୍ର ମହାନ୍ତି । ଗତ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ବିୟୋଗରେ ଓଲିଉଡ୍ ସମେତ ସଙ୍ଗୀତ ଦୁନିଆରେ ଶୋକ ଛାୟା ଖେଳିଯାଇଛି ।

ତାଙ୍କ ଅକାଳ ବିୟୋଗ ସୃଷ୍ଟି କରିଛି ଏକ ବିରାଟ ଶୂନ୍ୟସ୍ଥାନ । ବହୁ ଭଜନ ଓ ହିଟ୍ ଫିଲ୍ମରେ ସଙ୍ଗୀତ ଯାଦୁ ଦେଖାଇଛନ୍ତି ଅମରେନ୍ଦ୍ର । ସେ ଆଜି ନାହନ୍ତି ସତ, ତାଙ୍କ ମନଛୁଆଁ ଗୀତ ଶ୍ରୋତାଙ୍କ ହୃଦୟରେ ସ୍ମୃତି ହୋଇ ସାଇତା ରହିବ ।

Leave A Reply

Your email address will not be published.