କୋଲକାତା: ଚଳିତ ବର୍ଷ ବଲିଉଡ ପାଇଁ ଏକ କଳା ବର୍ଷ ସବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ଆଗଧାଡ଼ିର କଳାକାରଙ୍କ ଦେହାନ୍ତର ଖବର ସ୍ତବ୍ଧ କରିଦେଉଛି ବଲିଉଡ଼କୁ।
ବଲିଉଡକୁ ମିଳିଛି ଆଉ ଏକ ଝଟକା। ସୁପରହିଟ୍ ଚଳଚିତ୍ର ଦ ଡର୍ଟି ପିକ୍ଚର୍ସର ଅଭିନେତ୍ରୀ ଆର୍ୟ୍ଯା ବାନାର୍ଜୀଙ୍କ ମୃତଦେହ ଦକ୍ଷିଣ କୋଲକାତାସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଥିବା ପୋଲିସ କହିଛି।
ପୋଲିସ ତାଙ୍କ ତୃତୀୟ ମହଲା ଆପାର୍ଟମେଣ୍ଟର କବାଟ ଖୋଲି ଦେଖିବାକୁ ପାଇଥିଲା ଯେ ୩୩ ବର୍ଷୀୟା ଏହି ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଶୋଇବା ଘରେ ପଡ଼ିରହିଛି।
ଆର୍ୟ୍ଯା ୨୦୧୦ ମସିହାରେ ଲଭ ସେକ୍ସ ଆଣ୍ଡ ଧୋକା ଏବଂ ୨୦୧୧ ରେ ‘ଡର୍ଟି ପିକ୍ଚର୍ସର ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଆର୍ୟ୍ଯା ଆହୁରି ମଧ୍ୟ ସେ ଅନେକ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଆର୍ୟ୍ଯାଙ୍କ କାମବାଲି ସକାଳୁ ସକାଳୁ କବାଟ ବଡେଇବା ସହ ଫୋନ କରିଥିଲେ ସୁଦ୍ଧା କୌଣସି ଉତ୍ତର ନାପାଇବାରୁ ପାଖପଡ଼ୋଶୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ପଡୋଶୀ ମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ।
ଆର୍ୟ୍ଯା ଏକୁଟିଆ ରହୁଥିଲେ ଏବଂ ପ୍ରାୟ ସମୟ ଘର ଭିତରେ ନିଜକୁ ବନ୍ଦ ରଖିଥିବା ତାଙ୍କ କାମବାଲି କହିଛନ୍ତି।
ପୋଲିସର ସୂଚନାନୁସାରେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏକ ଫୋରେନସିକ୍ ଟିମ୍ ତାଙ୍କ ରୁମରୁ ନମୁନା ମଧ୍ୟ ସଂଗ୍ରହ କରିଛି।
Comments are closed.