Latest Odisha News

BREAKING NEWS

Human Sagar: ହ୍ୟୁମାନ ସାଗରଙ୍କ ରୋଗକୁ ନେଇ ମୁହଁ ଖୋଲିଲେ ଡାକ୍ତର, କହିଲେ…

ଭୁବନେଶ୍ବର: ଧିରେ ଧିରେ ପଦାକୁ ଆସୁଛି ହ୍ୟୁମାନ ସାଗରଙ୍କ ପୁରା ଘଟଣା । ୪ ଦିନ ହେଲା ସେ ଆରପାରିକୁ ଗଲେଣି । ହେଲେ କାହିଁକି ଏମିତି ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ସୋସିଆଲ ମିଡିଆରେ ବହୁତ ତଥ୍ୟ ଆସୁଛି । ଏହାରି ମଧ୍ୟରେ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ବଡ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ହ୍ୟୁମାନଙ୍କ ଦେହ ବହୁତ ଖରାପ ଥିଲା ମୁଁ ତାଙ୍କୁ ବିଶ୍ରାମ ନେବାକୁ କହିଥିଲି ବୋଲି କହିଛନ୍ତି ଡାକ୍ତର । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ, ଆଲକହଲ ସେବନ ଯୋଗୁଁ ଲିଭର ସିରୋସିସରେ ପୀଡିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହୁଅନ୍ତି । ତାଙ୍କ ସପୋର୍ଟ ଷ୍ଟାଫ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି । ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନହେବା, ପୁରା ବିଶ୍ରାମ ନେବା ବହୁତ ଜରୁରୀ ଅଟେ । ହ୍ୟୁମାନ ଯେତେବେଳେ ଆସିଥିଲେ ମାନସିକ ଚାପ ଭିତରେ ଥିବା ବି ବାରି ହୋଇପଡୁଥିଲା ।

୧୨ ତାରିଖରେ ଆଣିଲା ବେଳକୁ ଜ୍ୱର ହୋଇଥିଲା, ଯାହା ବହୁତ ଖରାପ ଲକ୍ଷଣ ବୋଲି ଡାକ୍ତର କହିଛନ୍ତି । ଧଇଁସଇଁ ଲାଗିବା, ଗୋଡ ଫୁଲିଲେ ବି ସିରୋସିସ ଆକ୍ରନାଙ୍କ ପାଇଁ ବିପଦ ହୋଇଥାଏ । ହ୍ୟୁମାନ ମେଡିକାଲକୁ ଆସିବା ବେଳକୁ ସ୍ଥିତି ସାଙ୍ଘାତିକ ଥିଲା । ଆମେମାନେ ବହୁତ ଚେଷ୍ଟା କରିଥିଲୁ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ସେ ଯାହା ବି ହେଉ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ବୋଲି ଡା ସଞ୍ଜୀବ କର କହିଛନ୍ତି । ହ୍ୟୁମାନଙ୍କ ପାଇଁ ସାରା ଓଡିଶା କାନ୍ଦୁଛି । ତାଙ୍କ କଣ୍ଠସ୍ୱରରେ ଏଭଳି ଜାଦୁଥିଲା ଯେ କୌଣସି ଲୋକ ଦ ୱାନା ହୋଇଯିବ । ଅନେକ ଭାରାକ୍ରାନ୍ତ ଲୋକଙ୍କୁ ତାଙ୍କ ସ୍ୱର ଆନନ୍ଦ ଦିଏ । ହ୍ୟୁମାନ ପ୍ରାୟ ବହୁତ ଦିନ ରାତି ଅନିଦ୍ରା ହୁଅନ୍ତି । ଅର୍ଥ ପାଇଁ କିମ୍ବା ଗୀତ ଗାଇବା ନିଶା ପାଇଁ ହୁଅନ୍ତି ତାହା ଜଣାପଡିନାହିଁ । ହେଲେ ବିଶ୍ରାମ ଆବଶ୍ୟକ ସମୟରେ ସେ ସବୁବେଳେ ପରିଶ୍ରମ କରୁଥିଲେ ।

ଯଦି କିଛି ବର୍ଷ ସେ ବିଶ୍ରାମ ନେଇଥାନ୍ତେ ତେବେ ଘଟଣା କିଛି ଅଲଗା ହୋଇଥାନ୍ତା । ଡାକ୍ତରଙ୍କ କହିବାନୁାସାରେ ସେ ମାନସିକ ଚାପରେ ଥିଲେ । ଜଣେ ରୋଗାଗ୍ରସ୍ତ ଲୋକ ଯଦି ମାନସକି ଚାପରେ ରହିବ ତେବେ ରୋଗରୁ ମୁକୁଳିବା ବହୁତ କଷ୍ଟ । ତେବେ ହ୍ୟୁମାନଙ୍କୁ କିଏ ମାନସିକ ଚାପ ଦେଉଥିଲା । ଆଉ ସେଥିରୁ ହ୍ୟୁମାନ କାହିଁକି ବାହାରି ପାରିଲେ ନାହିଁ ତାହା ଆଜି ବି ପ୍ରଶ୍ନ ହୋଇ ରହିଛି । ହ୍ୟୁମାନଙ୍କ ମୃତ୍ୟୁ ପରେ ଅନେକଲୋକ ସମବେଦନା ଜଣାଇଛନ୍ତି । ହେଲେ ମୃତ୍ୟୁ ଆଗରୁ ତାଙ୍କୁ ସଠିକ ରାସ୍ତାକୁ କାହିଁକି କେହି ଆଣିଲେନି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

Comments are closed.