Latest Odisha News

BREAKING NEWS

ଘରୋଇ ଓଡିଶା ଦଳ ପରାସ୍ତ , ୨ -୧ ଗୋଲରେ ମାତ୍ ଦେଲା ୟୁପି ପୋଲିସ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ଆଜି ସକାଳେ ୪ଟି ମ୍ୟାଚ ଖେଳାଯାଇଥିଲା । ଏହାପରେ ଅପରାହ୍ଣ ଓ ସନ୍ଧ୍ୟାରେ ମୋଟ୍ ତିନୋଟି ମ୍ୟାଚ ଖେଳାଯାଇଛି ।

ତେବେ ଅପରାହ୍ଣ ୪ଟାରେ ପଞ୍ଚମ ମ୍ୟାଚ ଏସଏସବି ଓ ଗୁଜୁରାଟ ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏସଏସବି ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୋଲିସ କୁ ୧୭ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।

ସେହିପରି ଘରୋଇ ଓଡିଶା ପୋଲିସ ଦଳ ଓ ଉତ୍ତର ପ୍ରଦେଶ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଉତ୍ତର ପ୍ରଦେଶ ଟିମ୍ ଘରୋଇ ଓଡିଶା ପୋଲିସ ଟିମ୍ କୁ ୨ -୧ ଗୋଲରେ ପରାସ୍ତ କରିଛି ।

ସପ୍ତମ ତଥା ଆଜିର ଶେଷ ମ୍ୟାଚ ଜମ୍ମୁ କାଶ୍ମୀର ଓ ଗୁଜୁରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜମ୍ମୁ କାଶ୍ମୀର ପୋଲିସ ଦଳ ଗୁଜୁରାଟ ପୋଲିସ ଦଳକୁ ୧୮-୦ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି ।

ତେବେ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ର, ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ବର-କଟକ)  ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ  ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ  ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Comments are closed.