Latest Odisha News

BREAKING NEWS

ଏହି ଦିନ ଖୋଲିବ ବଦ୍ରିନାଥ ଦ୍ଵାର, ବସନ୍ତ ପଞ୍ଚମୀରେ ହେଲା ଘୋଷଣା

ଉତ୍ତରାଖଣ୍ଡ: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚାରିଧାମ ଯାତ୍ରା ପାଇଁ ଘୋଷଣା କରାଯାଇଛି ତାରିଖ। ଗତ ଗୁରୁବାର ଉତ୍ତରାଖଣ୍ଡ ନରେନ୍ଦ୍ର ନଗର ଠାରେ ବସନ୍ତ ପଞ୍ଚମୀ ଅବସରରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବଦ୍ରିନାଥ ଧାମ ଦ୍ୱାର କେଉଁ ତାରିଖରେ ଖୋଲିବ ତାହା ମଧ୍ୟ ଘୋଷଣା କରାଯାଇଛି। ବାକି ୩ ଧାମ ଦ୍ୱାର କେବେ ଖୋଲିବା ତାହ ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା କରାଯିବ। ଉତ୍ତରାଖଣ୍ଡରେ ଅବସ୍ଥିତ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ୧୨ ମଇରୁ ଖୋଲାଯିବ । ମଇ ମାସ ୧୨ ତାରିଖ ବ୍ରାହ୍ମ ମୁହୂର୍ତ୍ତର ସକାଳ ୬ ଟାରେ ଖୋଲାଯିବ ଶ୍ରୀ ବଦ୍ରିନାଥ ଧାମର କବାଟ ।

କହିରଖୁଛୁ ଯେ, ଚାରି ଧାମ ଯାତ୍ରାରେ ବଦ୍ରିନାଥ ଧାମ ମଧ୍ୟ ଅନ୍ତର୍ଭୁକ୍ତ । ଏଠାରେ ଭଗବାନ ନାରାୟଣ ଯୋଗମୁଦ୍ରାରେ ବିରାଜମାନ ହୋଇଛନ୍ତି । ଏହି ଧାମ ଭୁ-ବୈକୁଣ୍ଠ ନାମରେ ମଧ୍ୟ ଜଣାଶୁଣା | ବିଶ୍ଵାସ ରହିଛି ଯେ, ଭଗବାନ ନାରାୟଣଙ୍କ ପୂଜା ୬ମାସ  ମଣିଷଙ୍କର ଏବଂ ବାକି ୬ମାସ ସେବତାଙ୍କ ତରଫରୁ ତାଙ୍କ ପ୍ରତିନିଧୀ ନାରଦ କରୁଥିଲେ । ଶୀତଦିନେ ଏହି ସ୍ଥାନର କବାଟ ବନ୍ଦ ହେବା ପରେ ଦେବ ପୂଜା ହୁଏ ବୋଲି ବିଶ୍ୱାସ କରାଯାଏ ।

ଭଗବାନ ନାରାୟଣଙ୍କ ସ୍ଵୟମ୍ଭୁ ମୂର୍ତ୍ତି ବଦ୍ରିନାଥ ମନ୍ଦିରରେ ଉପସ୍ଥିତ | ଭଗବାନ ଏଠାରେ ଯୋଗମୁଦ୍ରାରେ ବିରାଜମାନ । ଏଠାରେ କେବଳ କେରଳର ପୁରୋହିତମାନେ ପୂଜା କରନ୍ତି । ଯାହାଙ୍କୁ ରାୱଲ କୁହାଯାଏ । ସେପଟେ ଭଗବାନଙ୍କ ମୂର୍ତ୍ତିକୁ ଛୁଇଁବାର ଅଧିକାର ମଧ୍ୟ କେବଳ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ଥାଏ ।

କୁହାଯାଏ ଯେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରର ମୁଖ୍ୟ ପୁରୋହିତମାନେ ହେଉଛନ୍ତି କେରଳର ନମ୍ବୁଦରୀ ବ୍ରାହ୍ମଣ । ସେମାନଙ୍କୁ ରାୱଲ କୁହାଯାଏ, ଯିଏ କି ଆଦି ଶଙ୍କରାଚାର୍ଯ୍ୟଙ୍କ ବଂଶଧର ବୋଲି କୁହାଯାଏ | ରାୱଲଙ୍କ ଦ୍ଵାରା ପୂଜା ବ୍ୟବସ୍ଥା ନିଜେ ଶଙ୍କରାଚାର୍ଯ୍ୟ କରିଥିଲେ। ଯଦି କୌଣସି କାରଣରୁ ପୂଜକ ମନ୍ଦିରରେ ଉପସ୍ଥିତ ନାହାଁନ୍ତି, ତେବେ ଏହି ପୂଜା ଡିମରୀ ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଏ | ବଦ୍ରିନାଥରେ ରାୱଲଙ୍କୁ ଦେବତା ଭାବରେ ପୂଜା କରାଯାଏ ଏବଂ ଦେବୀ ପାର୍ବତୀଙ୍କ ରୂପ ଭାବରେ ବିବେଚନା କରାଯାଏ।

Comments are closed.