Latest Odisha News

BREAKING NEWS

କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟରେ ନଜର ଆସିବେ ଭାରତୀୟ ନୗସେନା

ନୂଆଦିଲ୍ଲୀ: ଭାରତୀୟ ନୗସେନାର ଭୋଜନ କକ୍ଷରେ ପାରମ୍ପରିକ ପୋଷାକ ପିନ୍ଧିବେ କମର୍ଚାରୀ । ଏନେଇ ଭାରତୀୟ ନୗସେନା ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଏହି ପୋଷାକକୁ ନୗସେନାରେ ସାମିଲ କରାଯାଇଛି । ୱାର୍ଡରୁମ୍ ଓ  ଭୋଜନ କକ୍ଷରେ  କାମ କରୁଥିବା କମର୍ଚାରୀ ଏହି ପୋଷାକ ପିନ୍ଧିପାରିବେ। ଏହି ଡ୍ରେସ କୋଡରେ କୁର୍ତ୍ତା, ପ୍ୟାଣ୍ଟ ଓ ଜାକେଟ୍ ରହିଛି ।  କୁର୍ତ୍ତାର ରଙ୍ଗ ଆକାଶ ନୀଳ ରହିଛି । ପ୍ୟାଣ୍ଟର ରଙ୍ଗ ଧଳା ଏବଂ ଜାକେଟର ରଙ୍ଗ ଗାଢ଼ ନୀଳ ରହିଛି ।

BjdElectrycity

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଗ୍ରେଡର ହରଦୀପ ସିଂ ସୋହି ଏହି ପାରମ୍ପରିକ ପୋଷାକର ଫୋଟ ଶେୟାର କରିଛନ୍ତି । ଏହି ପୋଷାକକୁ ନେଇ ବହୁ ୟୁଜର ପ୍ରତିକ୍ରିୟା ଦେଉଛନ୍ତି ।  ଜଣେ ୟୁଜର ଲେଖିଛନ୍ତି,‘‘  ଏହି ପୋଷାକ ଅତି ଚମତ୍କାର ହୋଇଛି ।’’

ବର୍ତ୍ତମାନ ଏହି ପାରମ୍ପରିକ ଡ୍ରେସ୍ କୋଡ୍ ଭାରତୀୟ ନୗସେନାର ଭୋଜନକକ୍ଷରେ କାମ  କରୁଥିବା କର୍ମଚାରୀଙ୍କ ପାଇଁ ଲାଗୁ କରାଯାଇଛି । ଆଗାମୀ ଦିନରେ ସ୍ଥଳ ସେନା ଓ ବାୟୁ ସେନାର ଭୋଜନକକ୍ଷରେ କାମ କରୁଥିବା କର୍ମଚାରୀଙ୍କ ପାଇଁ  ମଧ୍ୟ ଏଭଳି ପାରମ୍ପରିକ ପୋଷାକ ଲାଗୁ କରାଯିବ ବୋଲି ସୂଚନା ରହିଛି ।

 

Leave A Reply

Your email address will not be published.