Latest Odisha News

BREAKING NEWS

ଭୁବନେଶ୍ୱରରେ ସବୁଠୁ ଅଧିକ ଖରା, ୧୭ ସହରରେ ୩୫ ଡିଗ୍ରୀ ପାର ତାପମାତ୍ରା

ଭୁବନେଶ୍ୱର:ଜଳୁଛି ଭୁବନେଶ୍ୱର । ତିନି ଦିନ ଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇ ଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି । ଏଥିସହିତ ରାଜ୍ୟର ୧୭ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ପହଞ୍ଚିଛି । 

ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ,  ତାତି ଆହୁରି ବଢ଼ିବ । ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍‌ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି । ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୨ ଡିଗ୍ରୀ ବଢ଼ିଯାଇଛି ।

କଟକରେ ୩୭.୨ ତାପମାତ୍ରା ରହିଥିବା ବେଳେ ଅନୁଗୁଳୁରେ ୩୮.୧ ଡିଗ୍ରୀ ସେଲ୍‌ସିୟସ୍‌, ବାରିପଦାରେ ୩୮.୧ ଡିଗ୍ରୀ ସେଲ୍‌ସିୟସ୍‌, ବଲାଙ୍ଗିରରେ ୩୮ ଡିଗ୍ରୀ ସେଲ୍‌ସିୟସ୍‌, ସୋନପୁରରେ ୩୭.୨ ଡିଗ୍ରୀ ସେଲ୍‌ସିୟସ୍‌, ନୟାଗଡ଼ରେ ୩୮ଡିଗ୍ରୀ ସେଲ୍‌ସିୟସ୍‌, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ସେଲ୍‌ସିୟସ୍‌, ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ସୁନ୍ଦରଗଡ଼ରେ ୩୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୭.୫ ଡିଗ୍ରୀ ସେଲ୍‌ସିୟସ୍‌, ସମ୍ୱଲପୁରରେ ୩୭.୧ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ରାୟଗଡ଼ାରେ ୩୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.