Latest Odisha News

ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

ପୁରୀ: ପାରିବାରିକ କଳହ ଉଜାଡି ଦେଲା ସଂସାର । ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ମୃତକ ହେଲେ ନରେନ୍ଦ୍ର ମଲ୍ଲିକ । ଏନେଇ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ହତ୍ୟାକାଣ୍ଡ ଘଟାଇ ବଡ଼ ଶଢୁ ଦୀପକ କୁମାର ସିଂ ଫେରାର ହୋଇଯାଇଛି । ନ୍ୟାୟ ପ୍ରଦାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ଡେଲାଙ୍ଗ ବଜାରରେ ସାନ ସଢୁ ନରେନ୍ଦ୍ରଙ୍କର ସାଇକେଲ ମରାମତି ଦୋକାନ ରହିଛି । ଗତକାଲି ରାତିରେ ନରେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବଡ ସଢୁ ଦୀପକ ଓ ତାର ସହଯୋଗୀ ନରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ପରେ ଦୀପକ ପାଖରେ ରଖିଥିବା ବନ୍ଧୁକରେ ଗୁଳି କରିଥିଲା । ଏହାପରେ ଦୀପକ ଓ ତାର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ନରେନ୍ଦ୍ର ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.