ଭୁବନେଶ୍ୱର: ଆଉ ଦୁଇଟି ପର୍ଯ୍ୟାୟ ମତଦାନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବ । ପରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଭୋଟ ଗଣତି । ନିର୍ବାଚନ ଭୋଟ ଗଣତିକୁ ନେଇ ନିର୍ବାଚନ କମିଶନ ଜାରି କରିଛନ୍ତି ଗାଇଡ଼ଲାଇନ୍ । ଏନେଇ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଲଛି ।
ଗାଇଡଲାଇନ ଅନୁସାରେ, ୪୮ ଘଣ୍ଟା ପୂର୍ବରୁ ଯେଉଁମାନେ ଭୋଟ୍ ଗଣତିରେ ରହିବେ ସେମାନେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେବେ । ଯେଉଁମାନେ କାଉଣ୍ଟିଂ ଏଜେଣ୍ଟ ରହିବେ ସେମାନଙ୍କ ରାପିଡ଼ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଯିବ । ପୂର୍ବରୁ ଦୁଇଟି ଟିକା ନେଇଥିଲେ ବି ଏହି ଟେଷ୍ଟ କରାଯିବ । ଯେଉଁମାନଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣତି ପାଇଁ ଅନୁମତି ମିଳିବ ନାହିଁ ।
କରୋନା କମିଛି ସତ କିନ୍ତୁ ସମ୍ପୂର୍ଣ୍ଣ ଯାଇ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯିବ ବୋଲି ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି ।
Comments are closed.