Latest Odisha News

BREAKING NEWS

ଶକୁନ୍ତଳମର ଫାଷ୍ଟ ଲୁକ ଜାରୀ: ପୁନର୍ବାର ମନ କିଣିଲେ ସାମନ୍ଥା

ମୁମ୍ବାଇ: ପୁଷ୍ପାରେ ଓ ଆଂଟୱାରେ ଝଡ ସୃଷ୍ଟି କରିଥିବା ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଫିଲ୍ମ ମଧ୍ୟ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଛି । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ତେଲୁଗୁ ଫିଲ୍ମ ଶକୁନ୍ତଳାମରେ ସେ ଶକୁନ୍ତଳାଙ୍କ ଭୂମିକା କରୁଛନ୍ତି । ଏହାର ଫାଷ୍ଟ ଲୁକ ଆଜି ଜାରୀ କରାଯାଇଛି । ଏଥିରେ ଶକୁନ୍ତଳା ଭାବେ ସାମନ୍ଥାଙ୍କ ଲୁକ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ସୋସିଆଲ ମିଡିଆ ଆକାଂଉଟ ମାଧ୍ୟମରେ ସାମନ୍ଥା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।

ଫିଲ୍ମର କାହାଣୀ ଗୁନାସେଖର ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କାଳିଦାସଙ୍କ ଲିଖିତ ଅଭିଜ୍ଞାନଶକୁନ୍ତଳମ ଉପରେ ଏହା ଆଧରିତ । ଫିଲ୍ମ କେବେ ରିଲିଜ ହେବ ସେ ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Comments are closed, but trackbacks and pingbacks are open.