ନୂଆଦିଲ୍ଲୀ : ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର। ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଲାଲବାହିନୀ। ଏନକଉଣ୍ଟରରେ ୫ ନକ୍ସଲ ନିହତ ହୋଇଛନ୍ତି। ଏହାପରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହି କ୍ୟାମ୍ପ କରିଥିବ୍ଅ ସୂଚନା ପାଇଥିଲେ ସୁରକ୍ଷାକର୍ମୀ।
ଖବର ପାଇବା ପରେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ହୋଇଥିଲା । ଅପରେସନ ସମୟରେ ପ୍ରଥମେ ନକ୍ସଲ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଗୁଳି ବିନିମୟରେ ୫ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।