Latest Odisha News

BREAKING NEWS

ଆଇପିଏଲରେ ବୋଲିଂ ରେକର୍ଡ: ଅମିତ ହ୍ୟାଟ୍ରିକ କିଙ୍ଗ, ମାଲିଙ୍ଗା ଶୀର୍ଷରେ

ଭୁବନେଶ୍ୱର: ଆଇପିଏଲ ଆଗାମୀ ସଂସ୍କରଣର ରୋମାଂଚ ଧିରେ ଧିରେ କ୍ରିକେଟପ୍ରେମୀଙ୍କୁ ଆହ୍ଲାଦିତ କଲାଣି । କରୋନା ଭୟ ବ୍ୟତୀତ ସେମାନଙ୍କ ମନରେ ଆଉ କିଛି ଚିନ୍ତା ନାହିଁ । ତେବେ ଆଇପିଏଲ ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ଓ ଆୟୋଜକ କମିଟି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇବା ପରେ କ୍ରିକେଟପ୍ରେମୀ ଖୁସି ଅଛନ୍ତି । ଆସନ୍ତୁ ଏହି ଅବସରରେ ଆଇପିଏଲର ବୋଲିଂ ରେକର୍ଡ ସମ୍ପର୍କରେ ଜାଣିବା-
ସର୍ବାଧିକ ଉଇକେଟ ହାସଲରେ ମାଲିଙ୍ଗା ଶୀର୍ଷରେ: ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ଏବେ ମଧ୍ୟ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେ ୧୨୨ ମ୍ୟାଚରେ ୧୭୦ ଉଇକେଟ ନେଇଥିବା ବେଳେ ତାଙ୍କ ପଛକୁ ଅମିତ ମିଶ୍ର (୧୬୦) ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୀୟୂଷ ଚାୱଲା (୧୫୬), ଡ୍ୱେନ ବ୍ରାଭୋ(୧୫୩), ହରଭଜନ ସିଂ (୧୫୦) ଓ ରବିଚନ୍ଦ୍ରନ ଅଶ୍ୱୀନ ୧୩୮ ଉଇକେଟ ହାସଲ କରିଛନ୍ତି ।

କଂଜୁସ ବୋଲିଂରେ ରଶିଦ ଆଗରେ: ୨୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିଥିବା ବୋଲରଙ୍କ ମଧ୍ୟରେ ରଶିଦ ଖାଁଙ୍କ ଇକୋନୋମିକ ରେଟ ୬.୨୪ ରହିଛି । ସେ ସବୁଠାରୁ କଂଜୁସ ବୋଲର ହୋଇଥିବା ବେଳେ ତାଙ୍କ ପଛକୁ ଅନୀଲ କୁମ୍ବଲେ (୬.୫୭), ମୁଥୟା ମୁରଲୀଧରନ (୬.୬୭), ଭେନ ଡର ମେରୱେ (୬.୭୪) ଓ ସୁନୀଲ ନାରିନଙ୍କ (୬.୭୭) ରହିଛନ୍ତି ।
ଷ୍ଟ୍ରାଇକ ରେଟରେ ଲୁଙ୍ଗୀ ଶୀର୍ଷରେ: ଷ୍ଟ୍ରାଇକ ରେଟ ହିସାବକୁ ନେଲେ ଲୁଗୀଂ ଏନଗିଡ ପ୍ରାୟ ୧୨ଟି ବଲରେ ଗୋଟିଏ ଉଇକେଟ ହାସଲ କରିଛନ୍ତି । ତାଙ୍କ ପଛକୁ କାଗିସୋ ରାବାଡା (୧୩.୧), ଆଡାମ ଜାମ୍ପା (୧୩.୬), ଖଲୀଲ ଅହମ୍ମଦ (୧୪.୧) ଓ ଆଶୀଷ ରେଡ୍ଡୀ (୧୪.୫) ରହିଛନ୍ତି ।
ଅମିତ ମିଶ୍ର ହ୍ୟାଟ୍ରିକ କିଙ୍ଗ: ଆଇପିଏଲରେ ଅମିତ ମିଶ୍ର ହ୍ୟାଟ୍ରିକ କିଙ୍ଗ ସାବ୍ୟସ୍ତ ହୋଇଛନ୍ତି । ସେ ୩ ଥର ଏହି ସଫଳତା ହାସଲ କରିଥିବା ବେଳେ ଯୁବରାଜ ସିଂ ୨ଥର ଏବଂ ମାଖାୟା ଏନଟିନି, ଅଜିତ ଚାନ୍ଦେଲା ଓ ସାମୁଏଲ ବଦ୍ରି ଥରେ ଲେଖାଁଏ ଏହି ସଫଳତା ହାସଲ କରିଛନ୍ତି ।

ଭାରତୀୟ ବୋଲରଙ୍କ ମଧ୍ୟରେ ହରଭଜନ ଶୀର୍ଷରେ: ଭାରତୀୟ ବୋଲରଙ୍କ ମଧ୍ୟରେ ହରଭଜନ ସିଂ ସର୍ବାଧିକ ୧୫୦ ଉଇକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ (୧୩୮), ଭୁବନେଶ୍ୱର କୁମାର (୧୩୬), ଲାସିଥ ମାଲିଙ୍ଗା (୧୭୦) ଓ ପୀୟୂଷ ଚାୱଲା ୧୫୬ ଉଇକେଟ ନେଇଛନ୍ତି ।
୫ରୁ ଊର୍ଦ୍ଧ୍ୱ ଉଇକେଟ ହାସଲକାରୀ ବୋଲର: ଆଇପିଏଲରେ ୩ଜଣ ବୋଲର ଗୋଟିଏ ଇନିଂସରେ ସର୍ବାଧିକ ୬ ଉଇକେଟ ହାସଲ କରିଛନ୍ତି । ସେମାନେ ହେଲେ ଅଲଜାରୀ ଜୋସେଫ, ସୋହେଲ ତନଭୀର ଓ ଆଡାମ ଜାମ୍ପା ।ସର୍ବାଧିକ ଥର ୪ରୁ ଊର୍ଦ୍ଧ୍ୱ ଉଇକେଟ : ସୁନୀଲ ନାରିନ ଓ ଲାସିଥ ମାଲିଙ୍ଗା ସର୍ବାଧିକ ୭ ଥର ୪ରୁ ଊର୍ଦ୍ଧ୍ୱ ଉଇକେଟ ହାସଲ କରିଛନ୍ତି । ଆଣ୍ଡ୍ର‌୍ୟୁ ଟାଇ, କାଗିସୋ ରାବାଡା ଓ ଲକ୍ଷ୍ମୀପତି ବାଲାଜୀ ୪ଥର ୪ରୁ ଊର୍ଦ୍ଧ୍ୱ ଉଇକେଟ ନେଇଛନ୍ତି ।
ସର୍ବାଧିକ ମେଡେନ ଓଭର : ପ୍ରବୀଣ କୁମାର ସର୍ବାଧିକ ୧୪ଥର ମେଡେନ ଓଭର ପକାଇଥିବା ବେଳେ ତାଙ୍କ ପଛକୁ ଇରଫାନ ପଠାନ(୧୦) ରହିଛନ୍ତି । ଧାୱଲ କୁଲକର୍ଣ୍ଣି, ଲାସିଥ ମାଲିଙ୍ଗା ଓ ସନ୍ଦୀପ ଶର୍ମା ୮ଥର ମେଡେନ ଓଭର ବୋଲିଂ କରିଛନ୍ତି ।

ଥମ୍ପି ସବୁଠାରୁ ବ୍ୟୟବହୂଳ ବୋଲର : ବାସିଲ ଥାମ୍ପି ୪ ଓଭରରେ ୭୦ ରନ ଦେଇ ସବୁଠାରୁ ବ୍ୟୟବହୂଳ ବୋଲର ଭାବେ ଅଲୋଡା ରେକର୍ଡ ନିଜ ନାମରେ ରଖିଛନ୍ତି । ମୁଜବୀର ରହେମାନ (୬୬ ରନ), ଈଶାନ୍ତ ଶର୍ମା (୬୬ରନ), ଉମେଶ ଯାଦବ (୬୫) ଓ ସନ୍ଦୀପ ଶର୍ମା ୬୫ ରନ ଦେଇଛନ୍ତି ।

Leave A Reply

Your email address will not be published.