Latest Odisha News

BREAKING NEWS

ଓସ୍କାର ପାଇଁ ଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍‌

ମୁମ୍ବାଇ: ଓସ୍କାର ପାଇଁ ପଠାଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍ । ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଟୁ ଏଲ୍‌ଥ ଫେଲ୍ ସ୍ଲିପର ହିଟ୍ ହୋଇଛି । ବିନା କୌଣସି ପ୍ରଚାର ବିନା ଜାକଜମକରେ ସିନେମାଟି ଧୀରେ ଧୀରେ ସିନେମା ଘରେ ଚହଳ ସୃଷ୍ଟି କରୁଛି । ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍ ପୂର୍ବରୁ ମଧ୍ୟ ସିନେମାକୁ ବିଭିନ୍ନ ସିନେ ସମୀକ୍ଷକଙ୍କ ଦ୍ୱାରା ଭଲ ରେଟିଂ ମିଲିଥିଲା ।

ବିଧୁ ବିନୋଦ ଚୋପ୍ରା ନିର୍ଦ୍ଦେଶ ଟୁଏଲ୍‌ଥ ଫେଲ୍ ସିନେମାକୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏହାକୁ ଓସ୍କାର ପୁରସ୍କାର ପାଇଁ ପଠାଯାଇଛି ବୋଲି ଏହାର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ସୂଚନା ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିକ୍ରାନ୍ତ ଏହି ସୂଚନା ଦେଇଛନ୍ତି । ଏକ ସ୍ୱତନ୍ତ୍ର ନୋମିସେନ୍ ଭାବରେ ସିନେମାକୁ ଓସ୍କାର ପାଇଁ ପଠା ଯାଇଛି ବୋଲି ମେସି କହିଛନ୍ତି ।

ଅକ୍ଟୋବର ୨୭ ତାରିଖରେ ଟୁଏଲ୍‌ଥ ଫେଲ୍ ଫିଲ୍ମ ସିନେମା ହଲ୍‌ରେ ରିଲିଜ୍ ହୋଇଥିଲା । ହିନ୍ଦୀ, ତେଲଗୁ ଓ କନ୍ନଡ଼ ଭାଷାରେ ସିନେମାଟି ମୁକ୍ତିଲାଭ କରିଛି । ଏଥିରେ ବିକ୍ରାନ୍ତ ମେସି ଓ ମେଧା ଶଙ୍କର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ସୂଚନା ଥାଉକି ଏହି ଫିଲ୍ମ ଟି ଅନୁରାଗ ପାଠକଙ୍କର ଲୋକପ୍ରିୟ ଉପନ୍ୟାସ ଟୁଏଲ୍‌ଥ ଫେଲ୍‌ର କାହାଣୀ ଉପରେ ଆଧାରିତ । ଏଥିରେ ଆଇପିଏସ୍ ଅଫିସର କୁମାର ମନୋଜ ଶର୍ମା ଓ ଆଇଆରଏସ୍ ଅଫିସର ଶ୍ରଦ୍ଧା ଜୋଶୀ ସଂଘର୍ଷ କାହାଣୀ ରହିଛି । ଅନୁରାଗଙ୍କର ଏହି ଉପନ୍ୟାସ୍ ଖୁବ୍ ଚର୍ଚାରେ ରହିଥିଲା । ଉପନ୍ୟାସ୍‌ଟି ବେଷ୍ଟ ସେଲର ଆୱାର୍ଡ ମଧ୍ୟ ପାଇଛି ।

Leave A Reply

Your email address will not be published.