Latest Odisha News

‘ଡୋନି ପୋଲୋ’ ଏୟାରପୋର୍ଟକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଇଟାନଗର : ଆଜି ଅରୁଣାଚଳ ପ୍ରଦେଶ ଓ ଉତ୍ତର-ପୂର୍ବାଞ୍ଚଳ ପାଇଁ ଖୁସିର ଦିନ । ଲୋକାର୍ପିତ ହେବ ଡୋନି ପୋଲୋ ଏୟାରପୋର୍ଟ । ଏହା ଅରୁଣାଚଳ ପ୍ରଦେଶର ୩ୟ ସକ୍ରିୟ ଏୟାରପୋର୍ଟ ହେବାକୁ ଯାଉଛି । ହେଲେ ଇଟାନଗରରେ ଏହା ପ୍ରଥମ ଏୟାରପୋର୍ଟ ଏବଂ ଏହାକୁ ମିଶାଇ ସମଗ୍ର ନର୍ଥଇଷ୍ଟରେ ବିମାନବନ୍ଦର ସଂଖ୍ୟା ୧୬ରେ ପହଞ୍ଚିଛି । ଇଟାନଗର ବିମାନବନ୍ଦର ସବୁ ପାଣିପାଗରେ କାର୍ଯ୍ୟକ୍ଷମ ରହିବା ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ବିମାନବନ୍ଦରର ରନଓ୍ୱେର ଲମ୍ୱ ୨୩ଶହ ମିଟର ଓ ଏଠାରେ ବୋଇଂ ୭୪୭ ଭଳି ବଡ଼ ବଡ଼ ବିମାନ ଉଡ଼ାଣ ହୋଇପାରିବ । ବର୍ତ୍ତମାନ ଅରୁଣାଚଳପ୍ରଦେଶରେ ଦୁଇଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି । ଗୋଟିଁ ପାସିଘାଟ ଓ ଅନ୍ୟଟି ତେଜୁଠାରେ ରହିଛି । ଏଗୁଡିକ ଇଟାନଗର ଠାରୁ ଅନେକ ଦୂରରେ  । ଏଠାକାର ବାସିନ୍ଦା ଦିବ୍ରୁଗଡ କିମ୍ୱା ଗୌହାଟୀକୁ ଯାଇ ବିମାନ ଯାତ୍ରା କରୁଛନ୍ତି । ଯେଉଁଥିପାଇଁ ୭ରୁ ୮ ଘଣ୍ଟା ସମୟ ଲାଗୁଛି । ଡୋନି ପୋଲୋ ଏୟାରପୋର୍ଟ ଦ୍ୱାରା ଲୋକେ ଅନେକ ଉପକୃତ ହେବେ ଓ ଏହା ରାଜ୍ୟର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ବୋଲି କୁହାଯାଉଛି ।

ଫେବୃଆରୀ ୨୦୧୯ରେ ମୋଦୀ ଏହାର ଶିଳାନ୍ୟାସ କରିଥିଲେ । କରୋନା କାଳ ମଧ୍ୟରେ ବି କାମ ଜାରି ରହି ଅତି ଶୀଘ୍ର କାମ ସମ୍ପାଦନ କରାଯାଇଛି । ଯାହାର ନାଁ ରହିଛି ଡୋନି(ସୂର୍ଯ୍ୟ) ଓ ପୋଲୋ(ଚନ୍ଦ୍ର) । ଗତ ଆଠ ବର୍ଷ ମଧ୍ୟରେ ନର୍ଥଇଷ୍ଟରେ ୭ଟି ବିମାନବନ୍ଦର ନିର୍ମାଣ ହୋଇଛି । ଡୋନି ପୋଲୋ ବିମାନବନ୍ଦର ୬୯୦ ଏକର ସ୍ଥାନରେ ଓ ୬୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଅକ୍ଟୋବର ୨୮ ତାରିଖରେ ଏଠାରୁ ଇଣ୍ଡିଗୋ ବିମାନର ପରୀକ୍ଷାମୂଳକ ଉଡ଼ାଣ ହୋଇଥିଲା ।

Leave A Reply

Your email address will not be published.