Latest Odisha News

ଟ୍ରେନରୁ ଖସି ୨ଜଣ ଆହତ, ଘଟଣାସ୍ଥଳରେ ଉତ୍ତେଜନା

ଯାଜପୁର : ଟ୍ରେନ୍‌ ଚଢ଼ିବା ସମୟରେ ଅଘଟଣ  । ଦୁଲାଖାପାଟଣା ରେଳ ଷ୍ଟେସନରେ ଟ୍ରେନ ରେ ଚଢୁଥିବା ବେଳେ ତଳକୁ ଖସିପଡି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ବଟକୃଷ୍ଣ ସେଠୀ ଏବଂ ମାମୁନି ସାହୁ  । ଆଜି ସକାଳୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମେମୁ ଟ୍ରେନ ଦୁଲାଖାପାଟଣା ଷ୍ଟେସନରେ ଅଟକିଥିଲା।

ସେଠାରେ ସେହି ଅଞ୍ଚଳର ଦୁଇ ଜଣ ଟ୍ରେନ ରେ ଚଢୁଥିବା ବେଳେ ସେମାନଙ୍କ ଗୋଡ ଖସିଯିବାରୁ ଗୁରୁତର ଆହତ ହୋଇଛନ୍ତି । ୨ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଟ୍ରେନକୁ ଅଟକାଇ ରଖିବା ସହ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

Leave A Reply

Your email address will not be published.