Latest Odisha News

BREAKING NEWS

Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ

ଭୁବନେଶ୍ୱର: ନୂଆ ଦଳ ଗଠନ ନେଇ ବଡ ସୂଚନା ଦେଲେ ମହମ୍ମଦ ମୋକିମ । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଆସନ୍ତା ୧୨ ତାରିଖ ଅର୍ଥାତ୍ ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ ।

ମୋକିମ କହିଛନ୍ତି ଯେ, ଉପକୂଳ ଜିଲ୍ଲାର ଯୁବ ନେତୃତ୍ୱ ଏକାଠି ହେବେ । ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବ । ଦଳର ନାମ କଂଗ୍ରେସ ସହ ରହିବ । କେଉଁ ନାମ ରହିବ ତାକୁ ନେଇ ଜ୍ୟୋତିଷଙ୍କ ସହ ବିଚାରବିମର୍ଶ ଚାଲିଛି । ଝିଅ ସୋଫିଆ ର୍ଫିଦ୍ଦୋସ ନିଜେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.