ଭୁବନେଶ୍ୱର: ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟ ମନ୍ତ୍ରୀ। ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ୩ ହଜାର୬୨୩ କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ନୂଆ ଲୋକସେବା ଭବନରେ ହେବ ଭୂତଳ ପାକିଂ। ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଯେଉଁ ଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କୀଟ ଛକ ରେ ନିର୍ମାଣ ହେବ ଫ୍ଲାଏ ଓଭର।
ଜୟଦେବ ବିବାର ଛକ ରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି। ରାସ୍ତାର ଦୁଇ ପାର୍ଶ୍ଵରେ ଲାଗିବ ୨୨ ହଜାର ୪୧୦ ଗଛ। ମୁଖ୍ୟମନ୍ତ୍ରୀ ଆଜି ୬ହଜାର ୭୦୧ କୋଟି ଟଙ୍କାର ୭୧ ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ।
Comments are closed.