ଭୁବନେଶ୍ୱର: ଆଜି ନୂଆ ଲୋକ ସେବା ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟ ମନ୍ତ୍ରୀ। ଗୋଟିଏ ସ୍ଥାନରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ୩ ହଜାର୬୨୩ କୋଟି ଖର୍ଚ୍ଚ କରିବେ ସରକାର । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ନୂଆ ଲୋକସେବା ଭବନରେ ହେବ ଭୂତଳ ପାକିଂ। ସେହିପରି ୯୫୨ କୋଟି ଟଙ୍କା ବ୍ୟୟରେ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏଲିଭେଟେଡ଼ କରିଡ଼ର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଯେଉଁ ଥିରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କୀଟ ଛକ ରେ ନିର୍ମାଣ ହେବ ଫ୍ଲାଏ ଓଭର।
ଜୟଦେବ ବିବାର ଛକ ରେ ୪ ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ କରିବାକୁ ଯୋଜନା ରହିଛି। ରାସ୍ତାର ଦୁଇ ପାର୍ଶ୍ଵରେ ଲାଗିବ ୨୨ ହଜାର ୪୧୦ ଗଛ। ମୁଖ୍ୟମନ୍ତ୍ରୀ ଆଜି ୬ହଜାର ୭୦୧ କୋଟି ଟଙ୍କାର ୭୧ ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ।