ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ମେ ମାସରେ ହେବାକୁ ଥିବା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ କୁ ସେପ୍ଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି ।
କ୍ଳେ କୋର୍ଟରେ ଖେଳାଯାଉଥିବା ଏହି ଏକମାତ୍ର ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଏବେ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୪ ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ଫ୍ରେଞ୍ଚ ଟେନିସ ଫେଡରେଶନ ପକ୍ଷରୁ ସୂଚନା ଦିଆଯାଇଛି ।
ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଜାରି ହୋଇଥିବା କଟକଣା ଯୋଗୁଁ ଫ୍ରେଞ୍ଚ ଓପନ ପାଇଁ ରୋଲାଣ୍ଡ ଗ୍ୟାରସ ପ୍ରସ୍ତୁତି କାର୍ଯ୍ୟ ବିଳମ୍ୱିତ ହେବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।
ଏଥିପୂର୍ବରୁ କରୋନା ସଂକ୍ରମଣ ପାଇଁ ମଙ୍ଗଳବାର ଦିନ ବିଶ୍ୱର ଆଉ ଦୁଇଟି ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ଇଉରୋ ୨୦୨୦ ଏବଂ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟ କୁ ୨୦୨୧ ମଧ୍ୟଭାଗକୁ ଘୁଞ୍ଚାଇ ଦିଆଯାଇଥିବା ଘୋଷଣା କରାଯାଇଛି ।
Comments are closed.