Latest Odisha News

ଓବିସିସିକୁ ହସ୍ତାନ୍ତର ହେବ ଜିପିଆର ସର୍ଭେ ରିପୋର୍ଟ

ପୁରୀ: ମଙ୍ଗଳବାର ରାତି ଅଧିଆ ଜିପିଆର ସର୍ଭେ ଶେଷ ହୋଇଛି । ଶେଷଦିନରେ ଏମାର ମଠର ହୋଇଥିଲା ଯାଂଚ । ଖୁବଶୀଘ୍ର ଓଡ଼ିଶା ବି୍ରଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ଼କୁ ହସ୍ତାନ୍ତର ହେବ ସର୍ଭେ ରିପୋର୍ଟ । ୪ ଦିନରେ ସର୍ଭେ କାମ ସାରିବାକୁ ରହିଥିଲା ନିର୍ଦ୍ଦେଶ।

BjdElectrycity

ମଙ୍ଗଳବାର ଏମାର ମଠର ଖନନ ସ୍ଥଳକୁ ଜିପିଆର ସର୍ଭେ କରାଯାଇଛି। ଏଥି ସହିତ ଏମାର ମଠର ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆରଏସ ମେସିନ ବୋଲି ଜଣାପଡିଥିଲା। ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି।

ମଙ୍ଗଳବାର ଶେଷ ହୋଇଛି ସର୍ଭେ କାମ।ଏଥିରେ ତିନୋଟି ମେସିନ ବ୍ୟବହାର ହେଉଥିବା ବେଳେ ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦେଶ ଦେଇଥିଲେ।ଏହି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସି କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଇଂଜିନିୟର। ରାତିରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ରହିଥିଲା ବୋଲି ନିୟୋଜିତ ଇଂଜିନିୟର କହିଥିଲେ।

ହାଇକୋର୍ଟଙ୍କ ପାଖରେ ଏ ଏସ୍ ଆଇ ସତ୍ୟପାଠରେ ଜିପିଆର ସର୍ଭେ ହୋଇନଥିବା କଥା ସ୍ପଷ୍ଟ କରିଥିଲେ । ପରେ ଏମାର ମଠ ପାର୍ଶ୍ଵରେ ମିଳିଛି ଏକାଦଶ ଶତାବ୍ଦୀ ର ଖଣ୍ଡ ବିଖଣ୍ଡିତ ସିଂହ ମୂର୍ତ୍ତି। ଜିପିଆର ହୋଇନଥିବାରୁ ଏ ପ୍ରକାର ଅନେକ କିର୍ତ୍ତିରାଜିର ଅଂଶବିଶେଷ ଧ୍ଵଂସ ଅଥବା ବିକ୍ରି ହୋଉଥିବା ଆଶଙ୍କା ହୋଇଛି। ଏବେ କିନ୍ତୁ ସତ ଧରାପଡିବା ପରେ ତରବରିଆ ଭାବରେ ରାତି ଅଧରେ ହୋଇଛି ଜିପିଆର ସର୍ଭେ।

Leave A Reply

Your email address will not be published.